ପୁନର୍ବାର ଇଫକୋ ପାରାଦ୍ଵୀପ ୟୁନିଟକୁ ମିଳିଲା ସମ୍ମାନଜନକ କଳିଙ୍ଗ ସେଫ୍ଟି ଆୱାର୍ଡ ।
Alok Kumar Mohapatra | 20 Nov 2025 | 7 min read | 14 views
ପାରାଦ୍ୱୀପ ( ପି.ଏନ. ଏସ ) : ବିଶ୍ୱର ସର୍ବବୃହତ ସାର କାରଖାନା, ଭାରତୀୟ କୃଷକ ସାର ସମବାୟ ଲିମିଟେଡ୍ (ଇଫକୋ), ପାରାଦ୍ଵୀପ ୟୁନିଟ୍ କୁ ମିଳିଛି ସମ୍ମାନଜନକ କଳିଙ୍ଗ ସେଫ୍ଟି ଆୱାର୍ଡ l ଭୁବନେଶ୍ୱରରେ ଅନୁଷ୍ଠିତ ଷୋଡ଼ଶ ଜାତୀୟ ସୁରକ୍ଷା ସମ୍ମିଳନୀ-୨୦୨୫ରେ ୨୦୨୪ ବର୍ଷ ପାଇଁ ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ଇଫକୋ କୁ ପ୍ଲାଟିନମ୍ ବର୍ଗରେ ପୁନର୍ବାର ଏହି କଳିଙ୍ଗ ସୁରକ୍ଷା ଉତ୍କର୍ଷତା ପୁରସ୍କାର ମିଳିଛି। ସୁରକ୍ଷା ଗୁଣବତ୍ତା ଏବଂ ପରିବେଶ ପରିଚାଳନା ପାଇଁ ପ୍ରଦାନ କରାଯାଇଥିବା ଏହି ପୁରସ୍କାର, ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶଗତ ସ୍ଥିରତା ସୁନିଶ୍ଚିତ କରିବାରେ ପାରାଦ୍ଵୀପ ଇଫକୋ ୟୁନିଟର ଉଦାହରଣୀୟ ସଫଳତାକୁ ସ୍ୱୀକୃତି ଦିଆଯିବା ସହ ପ୍ଲାଣ୍ଟ କାର୍ଯ୍ୟରେ ସର୍ବୋତ୍ତମ ସୁରକ୍ଷା ଅଭ୍ୟାସ ପ୍ରତି ଏହାର ଦୃଢ଼ ପାଳନକୁ ପ୍ରତିଫଳିତ କରିଛି । ବୃହତ ବିପଦ ଶିଳ୍ପ ବର୍ଗରେ ଇଫକୋ ପାରାଦ୍ଵୀପ ୟୁନିଟ ସର୍ବୋଚ୍ଚ ସ୍ତରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ୟୁନିଟ୍ ମୁଖ୍ୟ ପି.କେ.ମହାପାତ୍ରଙ୍କ ଦୂରଦୃଷ୍ଟି ପୂର୍ଣ୍ଣ ମାର୍ଗଦର୍ଶନ ଏବଂ ନେତୃତ୍ୱ ଯୋଗୁଁ ଏହି ଉଲ୍ଲେଖନୀୟ ସଫଳତା ସମ୍ଭବ ହୋଇପାରିଛି ।
୧୯ ନଭେମ୍ବର ୨୦୨୫ରେ ଭୁବନେଶ୍ୱରର ମେଫେୟାରରେ ଅନୁଷ୍ଠିତ କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏବଂ ଅଗ୍ନି ଓ ସୁରକ୍ଷା ଯୁଗ୍ମ ମହାପ୍ରବନ୍ଧକ ଡକ୍ଟର ରବିନାରାୟଣ ବେହେରା ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ ।
ଏହି ସ୍ୱୀକୃତି ଇଫକୋ ପାରାଦ୍ଵୀପ ୟୁନିଟର ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ ଅଭ୍ୟାସର ସର୍ବୋଚ୍ଚ ମାନଦଣ୍ଡ ପ୍ରତି ଅଟଳ ପ୍ରତିବଦ୍ଧତାକୁ ଦର୍ଶାଉଛି , ଯାହା ଇଫକୋରେ ଏକ ସୁରକ୍ଷିତ କର୍ମକ୍ଷେତ୍ର ଏବଂ ସ୍ଥାୟୀ ଶିଳ୍ପ ପରିବେଶଗତ ବାତାବରଣ ସୃଷ୍ଟି କରିଛି l