ଅବୈଧ ଡ୍ରଗ୍ସ ମୁକ୍ତ ଅଭିଯାନ'ରେ ଗତିକୃଷ୍ଣ ଙ୍କ ଭୂମିକାକୁ ପ୍ରଶଂସା : ସଚେତନତା ପାଇଁ ୱାଦା ର ସାଇକ୍ଲୋଥନ୍ ରାଲି ।
Alok Kumar Mohapatra | 19 Nov 2025 | 7 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ଡ୍ରଗ୍ସ ଓ ଅପରାଧ ନିୟନ୍ତ୍ରଣ ପାଇଁ
ପାରାଦ୍ଵୀପ ତଥା କୁଜଙ୍ଗ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ୍ବାଦା ସଂଗଠନ ପକ୍ଷରୁ ଏକ ସଚେତନତା ସାଇକ୍ଲୋଥନ୍ ରାଲି ଆୟୋଜିତ ହୋଇଯାଇଛି l ଭୂତମୁଣ୍ଡାଇ ବଜାର ନିକଟରୁ ଏକ ସାଇକେଲ ରାଲି ଆରମ୍ଭ କରାଯାଇ ଥିଲା । ଡ୍ରଗ୍ସ ମୁକ୍ତ, ଅପରାଧ ମୁକ୍ତ ଏବଂ ସଶକ୍ତ ସୁସ୍ଥ ସମାଜ ଗଠନ ଲକ୍ଷରେ ଏହି ସଚେତନ ସାଇକେଲ ରାଲି ଭୂତମୁଣ୍ଡାଇ ବଜାର ଠାରୁ ବାହାରି ସିଙ୍ଗିଟାଳୀ, ପିପଳ ଓ ଚକ୍ରଧର ପୁର ଛକ ଦେଇ ପାରାଦ୍ଵୀପ ଗଡ଼ ବଜାର ନିକଟରେ ପହଞ୍ଚିଥିଲା । ଏହି ସଚେତନତା ରାଲିରେ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଓ୍ବାଦା ସଂଗଠନର ସଦସ୍ୟମାନେ ଯୋଗଦେଇ ସ୍ଲୋଗାନ ମାଧ୍ୟମରେ ଅନୈତିକ ଡ୍ରଗ୍ସ ଠାରୁ ଦୂରେଇ ରହିବା ପାଇଁ ଆହ୍ବାନ ଦେଇଥିଲେ । ଏହି ସଚେତନତା ଅଭିଯାନକୁ କୁଜଙ୍ଗ ବ୍ଲକ ୪ନଂ ଜୋନ୍ ଜିଲ୍ଲା ପରିଷଦ କନକପ୍ରଭା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇକ୍ଲୋଥନ୍ ସଚେତନତା ରାଲିକୁ ଉଦଘାଟନ କରିବା ସହିତ ନିଶା ଠାରୁ ସମସ୍ତେ ଦୂରେଇ ରହିବା ସହିତ ଅନ୍ୟ ମାନେ ନିଶାକୁ କିପରି ବାରଣ କରିବେ ଏନେଇ ସମସ୍ତେ ସଚେତନ କରାଇବା ପାଇଁ ପରାମର୍ଶ ଦେଇଥିଲେ । ଓ୍ବାଦା ଅନୁଷ୍ଠାନର ସଂଯୋଜକ ଆଇନ ଜୀବୀ ଗତିକୃଷ୍ଣ୍ ଶତପଥୀ ଙ୍କ ସଂଯୋଜନାରେ ଏହି 'ଅବୈଧ ଡ୍ରଗ୍ସ ମୁକ୍ତ ଅଭିଯାନ'
ଦୀର୍ଘ ୩ବର୍ଷ ହେବ ଜଗତସିଂହପୁର ଜିଲ୍ଲା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କରାଯାଉଛି । ବିଶେଷ କରି ଭବିଷ୍ୟତ ଯୁବପିଢି ଯେପରି ଡ୍ରଗ୍ସ କବଳରେ ପଡି ନିଜର ଭବିଷ୍ୟତ ନଷ୍ଟ କରୁଛନ୍ତି ସେମାନଙ୍କ ପାଇଁ ଏହି ଅଭିଯାନ କରାଯାଉଛି ବୋଲି କହିଛନ୍ତି ଓ୍ବାଦା ଅନୁଷ୍ଠାନର ସଂଯୋଜକ ଗତିକୃଷ୍ଣ୍ ଶତପଥୀ । ତେବେ ସାମାଜିକ ସଚେତନତା ପାଇଁ ଗତିକୃଷ୍ଣ ଙ୍କ ଏହି ମହତ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି l ଡ୍ରଗ୍ସ ନିୟନ୍ତ୍ରଣ କ୍ଷେତ୍ରରେ ସରକାରୀ ପ୍ରଶାସନ ଫେଲ ମାରୁଥିବା ବେଳେ ୱାଦା ସଂଗଠନ ଓ ଗତିକୃଷ୍ଣ ଙ୍କ ଏଭଳି ନିଶା ନିବାରଣ ସଚେତନତା ନିଶ୍ଚିତ ଭାବେ ସକାରାତ୍ମକ ପ୍ରଭାବ ପଡିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି l