Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ପରିଚାଳନା ନିର୍ଦ୍ଦେଶକ କେ.ଜେ. ପଟେଲଙ୍କ ଜନ୍ମଦିନରେ ଇଫକୋ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ : ୧୫୨ ୟୁନିଟ ରକ୍ତ ସଂଗୃହିତ

Alok Kumar Mohapatra | 17 Nov 2025 | 5 min read | 12 views

ପାରାଦ୍ୱୀପ ( ପି.ଏନ. ଏସ ) : ଇଫକୋ ପରିଚାଳନା ନିର୍ଦ୍ଦେଶକ କେ.ଜେ.ପଟେଲଙ୍କ ଜନ୍ମଦିନ ଉପଲକ୍ଷେ ଇଫକୋ ପାରାଦ୍ଵୀପ ୟୁନିଟ ପକ୍ଷରୁ ଏକ ରକ୍ତଦାନ ଶିବିର ସୋମବାର ଦିନ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଇଫକୋ ପାରାଦ୍ଵୀପ ୟୁନିଟ ମୁଖ୍ୟ ପି.କେ.ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି ରକ୍ତଦାନ ଶିବିରର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ, ଇଫକୋ ବରିଷ୍ଠ ମହାପ୍ରବନ୍ଧକ କେ.ଆର.ଏନ.ମୂର୍ତ୍ତି, ମହାପ୍ରବନ୍ଧକ ଏନ.ଆର.ଏନ. ନାୟକ, ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପୁଷ୍ପା ମହାନ୍ତି, ଡିଜିଏମ (ପି ଆଣ୍ଡ ଏ) ବି.କେ.ପରିଡା, ଇଫକୋ ଅଧିକାରୀ ସଂଘର ସଭାପତି ସୁଶାନ୍ତ କୁମାର ଜେନା ଏବଂ ସାଧାରଣ ସମ୍ପାଦକ ସତ୍ୟଜିତ ଖୁଣ୍ଟିଆ, ଇଫକୋ କର୍ମଚାରୀ ସଂଘର ସଭାପତି ପ୍ରସାନ୍ତ କୁମାର ସ୍ୱାଇଁ ଏବଂ ସାଧାରଣ ସମ୍ପାଦକ ତୃପ୍ତି ରଞ୍ଜନ ପୁହାଣ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ କର୍ମଚାରୀ, ଅଧିକାରୀ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଉତ୍ସାହର ସହ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ l କଟକର କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାର କେନ୍ଦ୍ର ସହିତ ମିଳିତ ଭାବରେ ଏହି ଶିବିର ଆୟୋଜିତ ହୋଇଥିଲା ଏବଂ ଶିବିରରେ ମୋଟ ୧୫୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର ସମାଜ କଲ୍ୟାଣ ପାଇଁ ଇଫକୋର ପ୍ରତିବଦ୍ଧତାର ଏକ ଉପଯୁକ୍ତ ଉତ୍ସବ ଥିଲା ।