Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ପାରାଦ୍ଵୀପ କାର୍ଯ୍ୟରତ ସାମ୍ବାଦିକ ଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ।

Alok Kumar Mohapatra | 16 Nov 2025 | 5 min read | 4 views

ପାରାଦ୍ୱୀପ ( ପି.ଏନ. ଏସ ) : ନଭେମ୍ବର ୧୬ ଜାତୀୟ ପ୍ରେସ ଦିବସ ଅବସରରେ ପାରାଦ୍ଵୀପ ର କାର୍ଯ୍ୟରତ ସାମ୍ବାଦିକ ଙ୍କ ପକ୍ଷରୁ ରବିବାର ଦିନ ଏହି ଦିବସକୁ ମହାସମାରୋହରେ ପାଳନ କରାଯାଇଥିଲା l ସକାଳେ ଆଦର୍ଶ ଥାନା ନିକଟସ୍ଥ ପ୍ରେସ ଗ୍ୟାଲେରୀ କୁ ଫୁଲରେ ସଜାଯାଇ ଉପସ୍ଥିତ ସାମ୍ବାଦିକ ମାନେ ପରସ୍ପର ମଧ୍ୟରେ ପ୍ରେସ ଦିବସର ଅଭିନନ୍ଦନ ଜଣାଇଥିଲେ l ଏହାପରେ ପୂର୍ବାହ୍ନ ୧୧ ଟା ସମୟରେ ସ୍ଥାନୀୟ ପୋର୍ଟ କ୍ଲବ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଶୁକଦେବ ଜେନା, ମନୋଜ ଦାସ, ରତ୍ନାକର ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରେସ ଦିବସ ପାଳନର ଉଦ୍ଦେଶ୍ୟ, ସାମ୍ବାଦିକ ମାନଙ୍କ ଭୂମିକା ଉପରେ ଆଲୋକପାତ କରି ସାମ୍ବାଦିକ ମାନଙ୍କ ସାମୁହିକ ଏକତ୍ରିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ l ଶେଷରେ ସାମ୍ବାଦିକା ସଂଘମିତ୍ରା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସନ୍ତୋଷ ଭାରତୀ,ବିବେକାନନ୍ଦ ରାଉତ, ରାକେଶ ପଟ୍ଟନାୟକ, ପ୍ରଭାକର ସାହୁ, ତ୍ରିଲୋଚନ ମହାପାତ୍ର, ଆଲୋକ ମହାପାତ୍ର,ସଦାନନ୍ଦ ବେହେରା ପ୍ରମୁଖ ସଫଳତାର ସହ ପରିଚାଳନା କରିଥିବା ବେଳେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ l