Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ଓଡିଶା ସାମ୍ବାଦିକ ସଙ୍ଘ ପାରାଦ୍ଵୀପ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ।

Alok Kumar Mohapatra | 16 Nov 2025 | 10 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ଅଟଳ ବିହାରୀ ବଜପେୟୀ ଟ୍ରଷ୍ଟ ପରିସରରେ ଆଜି ଓଡିଶା ସାମ୍ବାଦିକ ସଙ୍ଘ ପାରାଦ୍ଵୀପ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି ।ଓଡିଶା ସାମ୍ବାଦିକ ସଙ୍ଘ ର ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯୋଧନ ମହାରଣା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ଗଣ ଅଧିକାର ର ସମ୍ପାଦକ ଚିତ୍ତ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର କୁମାର ବିଶ୍ବାଳ, ଜିଲ୍ଲା ଶାଖା ର କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ଖୁଣ୍ଟିଆ, ବରିଷ୍ଠ ସାମ୍ବାଦିକ ଧ୍ରୁବ ଚରଣ ମହାପାତ୍ର, ଶୁକଦେବ ଜେନା, ଶରତ ଚନ୍ଦ୍ର ରାଉତ ଓ ଅଜିତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଓଜେୟୁ ପାରାଦ୍ଵୀପ ଶାଖା ର କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ମହାପାତ୍ର କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ସମୀର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ସାମ୍ପ୍ରତିକ ପରିସ୍ଥିତି ରେ ଦେଶରେ ସାମ୍ବାଦିକତା ଦୁଇ ଭାଗରେ ପରିଣତ ହୋଇଛି । ଗୋଟିଏ ପକ୍ଷ କର୍ପୋରେଟ ହାଉସେସ ଙ୍କ ଦ୍ଵାରା ନିୟୋଜିତ ହୋଇଥିବା ବେଳେ ଅନ୍ୟ ପକ୍ଷ ଟି ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି । ଯାହାକି ସମଗ୍ର ଦେଶପାଇଁ ଏହା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି । ନିରପେକ୍ଷ ସାମ୍ବାଦିକତା ଦିନକୁ ଦିନ ଧୂଳିସାତ ହେଉଛି ବୋଲି ଉପସ୍ଥିତ ଅତିଥିମାନେ ଉଦବେଗ ପ୍ରକାଶ କରିଥିଲେ।ଅନ୍ୟ ପକ୍ଷରେ ସୋସିଆଲ ମିଡିଆ ଦେଶର ସାମ୍ବାଦିକତା କ୍ଷେତ୍ରରେ ଆଉ ଏକ ନୂଆ ରୂପରେ ଉଭା ହୋଇଛି । ଏଥି ସହିତ ପ୍ରିଣ୍ଟ ମିଡିଆ ମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛି । ଏପରି ପରିସ୍ଥିତି ରୁ ଦେଶକୁ ରକ୍ଷା କରିବାକୁ ହେଲେ ସାମ୍ବାଦିକ ମାନଙ୍କୁ ଯଥେଷ୍ଟ ତ୍ୟାଗ ସ୍ୱୀକାର କରିବାକୁ ପଡିବ ବୋଲି ବକ୍ତା ଶ୍ରୀ ସ୍ୱାଇଁ କହିଥିଲେ । ଗଣମାଧ୍ୟମ ର ମାଲିକ ମାନେ ସାମ୍ବାଦିକ ମାନଙ୍କ ଠାରୁ ସମସ୍ତ ସୁବିଧା ସୁଯୋଗ ହାସଲ କରିଥିଲେ ମଧ୍ୟ ସେମାନଙ୍କ ବଞ୍ଚିବା ପାଇଁ କୌଣସି ଆଶାନୁରୂପକ ପଦକ୍ଷେପ ଗ୍ରହଣ କରୁ ନଥିବା ନେଇ ଉପସ୍ଥିତ ସାମ୍ବାଦିକ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା ।ଆଗାମୀ ଦିନରେ ସମସ୍ତ ସାମ୍ବାଦିକ ମାନଙ୍କୁ ଏଖାଟି କରି ନିଜର ଦାବୀ ହାସଲ ପାଇଁ ଲଢେଇ ହେବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଓଜେୟୁ ପାରାଦ୍ଵୀପ ଶାଖା ପକ୍ଷରୁ ପ୍ରଶାନ୍ତ ଦାସ, ସୁଶୀଲ ପଟ୍ଟନାୟକ, ନିରଞ୍ଜନ ଆଚାର୍ଯ୍ୟ, ପୁରୁଷୋତ୍ତମ ଶତପଥି, ସନ୍ତୋଷ କୁମାର ବେହେରା, ସୁଦର୍ଶନ ବିଶ୍ୱାଳ ଓ ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ କର୍ମେଶ୍ବର ସ୍ୱାଇଁ ଓ ସୁଧାଂଶୁ ଶେଖର ପୃଷ୍ଟି ପରିଚାଳନା କରିଥିଲେ ।