Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ଶିଶୁ ଦିବସରେ ପାରାଦୀପ ପୋର୍ଟ ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ଖାଦ୍ୟ ମେଳା ଆୟୋଜିତ

Alok Kumar Mohapatra | 15 Nov 2025 | 5 min read | 7 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ପୋର୍ଟ ଡି.ଏ.ଭି. ପବ୍ଲିକ୍ ସ୍କୁଲ ପକ୍ଷରୁ ଶୁକ୍ରବାର ଦିନ ଶିଶୁ ଦିବସ ପାଳିତ ହେବା ସହ ଏହି ଅବସରରେ ଏକ ଖାଦ୍ୟ ମେଳା ଆୟୋଜିତ ହୋଇଯାଇଛି l ବିଦ୍ୟାଳୟକୁ ରଙ୍ଗୀନ ବେଲୁନ୍ ଏବଂ ପୁଷ୍ପମାଲ୍ୟରେ ସୁନ୍ଦର ଭାବରେ ସଜାଯାଇଥିଲା ଯାହା ପରିବେଶକୁ ବେସ ଆକର୍ଷଣୀୟ କରୁଥିଲା l ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ବିନ୍ଦୁଶ୍ରୀ ମହାନ୍ତି ଅତିଥି ମାନଙ୍କୁ ଆୟୋଜିତ ଉତ୍ସବରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭ୍ୟର୍ଥନା କରିଥିଲେ | ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିଲେ | ଗୋଷ୍ଠୀ ନୃତ୍ୟ, ଏକକ ଗୀତ, ବକ୍ତବ୍ୟ, ଅତିଥିମାନଙ୍କ ପ୍ରେରଣାଦାୟୀ ଶବ୍ଦ ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତିଙ୍କ ପ୍ରେରଣାଦାୟକ ସମସ୍ତଙ୍କୁ ଉତ୍ସାହିତ କରିଥିଲା ଓ ଆନନ୍ଦିତ କରିଥିଲା | ଖାଦ୍ୟ ମେଳାରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ନୂତନ ଓ ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଆଣିଥିଲେ । ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କର ସମନ୍ୱିତ ବିକାଶ ପାଇଁ ପୋଷଣ ତଥା ପୃଷ୍ଠପୋଷକତା ପାଇଁ ସେମାନଙ୍କର ଅସାଧାରଣ ଅବଦାନ ଏବଂ କୃତିତ୍ଵ ପାଇଁ ପୁରସ୍କୃତ କରାଯାଇଥିଲା | ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭସ୍ମିତା ପଣ୍ଡାଙ୍କ ଧନ୍ୟବାଦ ସହିତ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା l