ସମୁଦ୍ରରେ ଭାରତୀୟ ତଟ ରକ୍ଷୀ ବାହିନୀର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଅଭ୍ୟାସ କୌଶଳ : ବହୁ ଗଣମାଧ୍ୟମ କୁ ଅଣଦେଖା ଅଭିଯୋଗ
Alok Kumar Mohapatra | 15 Nov 2025 | 5 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ଭାରତୀୟ ତଟ ରକ୍ଷୀ ବାହିନୀ (ଓଡିଶା) ପକ୍ଷରୁ ନଭେମ୍ବର ୧୪-୧୫ ତାରିଖରେ ଏକ ଆଞ୍ଚଳିକ ସ୍ତରୀୟ ସମନ୍ୱିତ ସାମୁଦ୍ରିକ ସନ୍ଧାନ ଏବଂ ଉଦ୍ଧାର କର୍ମଶାଳା ଏବଂ ସମୁଦ୍ର ଅଭ୍ୟାସ କରାଯାଇଥିଲା। କର୍ମଶାଳାରେ ଟେବୁଲ ଟପ୍ ଅଭ୍ୟାସ ଅନ୍ତର୍ଭୁକ୍ତ ଥିଲା, ଯେଉଁଠାରେ, ପାରାଦୀପରେ ସମୁଦ୍ର ଅଭ୍ୟାସ ସମୟରେ ବିଭିନ୍ନ ପରିସ୍ଥିତି ଏବଂ ଏଜେନ୍ସିଗୁଡ଼ିକର ସହଯୋଗୀ ଦାୟିତ୍ୱ ସିମୁଲେଟ୍ କରାଯାଇଥିଲା, ସାର ଲିଡ୍ ଏଜେନ୍ସି ଆଇସିଜି ଏବଂ ଉଦ୍ଧାର ଏଜେନ୍ସି ଠିକ ସମୟରେ ସାମୂହିକ ଉଦ୍ଧାର କାର୍ଯ୍ୟ, ଚିକିତ୍ସା ଏବଂ ଉଦ୍ଧାର କୌଶଳ ପ୍ରଦର୍ଶନ କରାଯାଇଥିଲା ଯାହାଦ୍ୱାରା ଜୀବନ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ।
ତେବେ ଏହି କାର୍ଯ୍ୟକ୍ରମରେ କିଛି ହାତଗଣତି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏକ ଯୁଦ୍ଧ ଜାହାଜରେ ନେଇ ସମୁଦ୍ରରେ ଗୋଟିଏ ଦିନ କାର୍ଯ୍ୟକ୍ରମରେ ଏହି କୌଶଳ ଦେଖିବାକୁ ନିମନ୍ତ୍ରଣ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯିବାକୁ ନେଇ ସାମ୍ବାଦିକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡିଛି l ତଟ ରକ୍ଷୀ ବାହିନୀ ର କାର୍ଯ୍ୟଦକ୍ଷତା ବିଷୟରେ ସାଧାରଣରେ ଅବଗତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସମୂହକୁ ଅଣଦେଖା କରିବା କିପରି ଏହାର ଉଦ୍ଦେଶ୍ୟ ସାଧିତ କରିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି l