ପିପିଏଲ ଡିଏଭି ପବ୍ଲିକ ସ୍କୁଲରେ ବାର୍ଷିକ ପ୍ରଦର୍ଶନୀ
Alok Kumar Mohapatra | 15 Nov 2025 | 6 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପର ପିପିଏଲ୍ ସାରକାରଖାନା ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ ପ୍ରଦର୍ଶନୀ " ମାଇଣ୍ଡସ୍କେପ- ସୃଜନଶୀଳତାର ଭୂମି" ନଭେମ୍ବର ୧୫ ତାରିଖ ଶନିବାର ଦିନ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପିପିଏଲର ଆର୍ଥିକ ଓ ହିସାବ ବିଭାଗର ମୁଖ୍ୟ ମହା ପ୍ରବନ୍ଧକ ପ୍ରଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି , ପିପିଏଲ ପାରାଦ୍ଵୀପର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ ଡିଏଭି ପିପିଏଲ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ଏହି ପ୍ରଦର୍ଶନୀ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମରେ ପିଲାମାନେ ନୂତନ ଚିନ୍ତାଧାରାକୁ ରୂପ ଦେବାକୁ ସୁଯୋଗ ପାଇଥାନ୍ତି ବୋଲି ଅଭିଭାଷଣରେ କହିଥିଲେ । ଉଦ୍ଘାଟନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅତିଥିଗଣ ପ୍ରଦର୍ଶନୀସ୍ଥଳ ବୁଲି ବିଭିନ୍ନ ପ୍ରକଳ୍ପମାନ ଦେଖିଥିଲେ ଏବଂ ପିଲାମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ l ବିଦ୍ୟାଳୟର ବିଜ୍ଞାନ, ସାହିତ୍ୟ, ହିନ୍ଦି, ସଂସ୍କୃତ , ସଙ୍ଗୀତ ଓ ଚିତ୍ରକଳା ବିଭାଗ ଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ତତ୍ତ୍ଵାବଧାନରେ ପ୍ରାୟ ୨୫୦ ଟି ପ୍ରକଳ୍ପ ସ୍ଥାନ ପାଇଥିଲା l ବିଜ୍ଞାନ ବିଭାଗର ମୁଖ୍ୟ ସମ୍ବିତ ସ୍ୱାଇଁ କାର୍ଯ୍ୟକ୍ରମର ସୁପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
