Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ଶିଶୁ ଦିବସରେ ପଣ୍ଡିତ ଜବାହରଲାଲ ନେହେରୁ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବେଛାକୃତ ରକ୍ତଦାନ ଶିବିର : ୧୧୭ ୟୁନିଟ ରକ୍ତ ସଂଗୃହିତ

Alok Kumar Mohapatra | 15 Nov 2025 | 6 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ନଭେମ୍ବର ୧୪ ତାରିଖ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନ ତଥା ଶିଶୁ ଦିବସ ପାଳନ ଅବସରରେ
ପାରାଦୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଣ୍ଡିତ ଜବାହରଲାଲ ନେହେରୁ ଟ୍ରଷ୍ଟ ପକ୍ଷରୁ ଏକ ମେଗା ସ୍ବେଛାକୃତ ରକ୍ତଦାନ ଶିବିର ନୂଆବଜାର ସ୍ଥିତ ପୋର୍ଟ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପାରାଦ୍ଵୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ମୁଖ୍ୟ ଅତିଥି, ଜେଏସଡବ୍ଲୁ ଉପ ସଭାପତି ଡି.କେ.ସିହ୍ନା ଓ ଅତିରିକ୍ତ ଉପ ସଭାପତି ଏସ.କେ.ପଟ୍ଟନାୟକ, ପାରାଦ୍ଵୀପ ବନ୍ଦର ଡେପୁଟି ଟ୍ରାଫିକ ମ୍ୟାନେଜର ଶ୍ରୀମନ ନାରାୟଣ ମିଶ୍ର ଓ ସାହିତ୍ଵିକା ହାରାମଣି ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରୁ ସର୍ବମୋଟ ୧୧୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ଏବଂ ସମସ୍ତ ରକ୍ତଦାତା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ଶିବିରକୁ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ନାୟକ, ଟ୍ରଷ୍ଟି କେଦାର ବିଶ୍ୱାଳ, ଧ୍ରୁବ ଚରଣ ମହାପାତ୍ର, ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ,ସଦସ୍ୟ ତ୍ରିନାଥ ମହାନ୍ତି, ଜ୍ୟୋତି ରଞ୍ଜନ ଦାସ, ପଦ୍ମ ସମ୍ଭୂତ ମହାନ୍ତି, କୃପାସିନ୍ଧୁ ଦାସ, ସୁଶାନ୍ତ କୁମାର ବାରିକ, ଚନ୍ଦ୍ର ଶେଖର ମହାପାତ୍ର, ସୁନାକର ସେଠୀ, ବିଜୟ କୁମାର ସେଠୀ, ମନୋଜ ପ୍ରଧାନ, ଧରିତ୍ରୀ ସାମଲ, ବିନତି ପଢ଼ିଆରୀ, ପ୍ରେମଲତା ବାରିକ, କୌଶଲ୍ୟା ମହାନ୍ତି, ସଂଘମିତ୍ରା ସ୍ୱାଇଁ, ପୁଷ୍ପା ଦାସ, ଖୁଲଣା ଜେନା, ପ୍ରତିମା ବାରିକ, ସସ୍ମିତା ମହାନ୍ତି, ଅନିତା ଜେନା, ସୁକାନ୍ତି ପରିଡ଼ା ପ୍ରମୁଖ ସଫଳତାର ସହ ପରିଚାଳନା ଓ ସକ୍ରିୟ ସହଯୋଗ କରିଥିଲେ l