Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ପରାଶକ୍ଷେତ୍ର ପାରାଦ୍ଵୀପ ରେ ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗ ଙ୍କ ଆଗମନ, ଦର୍ଶନ ଓ ପୂଜାର୍ଚ୍ଚନା ।

Alok Kumar Mohapatra | 14 Nov 2025 | 10 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ପରମ ପୁଜ୍ୟ ଶ୍ରୀଶ୍ରୀ ରବିଶଙ୍କରଜୀଙ୍କୁ ପ୍ରାପ୍ତ ଲକ୍ଷ ଲକ୍ଷ ବର୍ଷର ସୋମନାଥ ଜ୍ୟୋତିର୍ଲିଙ୍ଗ ଚଳିତ ମାସ ଗୁରୁବାର ଦିନ ପାରାଦ୍ଵୀପ ନୂଆବଜାର ସ୍ଥିତ ଆର୍ଟ ଅଫ୍ ଲିଭିଙ୍ଗ ଆଶ୍ରମ ପରିସରରେ ପହଞ୍ଚିଥିଲେ । ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ର ମୁଖ୍ୟ ପରିଚାଳନା ଦାୟିତ୍ୱରେ ଥିବା ସ୍ୱାମୀ ସତ୍ୟଚୈତନ୍ୟ ଜୀଙ୍କ ତତ୍ତ୍ଵାବଧାନରେ ଶ୍ରୀଶ୍ରୀ ଙ୍କ ବୈଦିକ ଧର୍ମସଂସ୍ଥାନ ବୈଦିକ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା । ଦୁଇଶହ ରୁ ଉର୍ଦ୍ଧ୍ବ ଜନସାଧାରଣ ଚନ୍ଦ୍ରଭଗବାନଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗ ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ । ଆର୍ଟ ଅଫ ଲିଭିଙ୍ଗ ପାରାଦ୍ଵୀପ ଶାଖାର ସମସ୍ତ ସଭ୍ୟ, ସଭ୍ୟା ଓ ମୁଖ୍ୟ ଦାୟିତ୍ୱରେ ଥିବା ଯୋଗଗୁରୁ ତଥା କଥା ବାଚକ ଶ୍ରୀ ତାପସ ପତିଙ୍କ ଏହି ଭଳି ଏକ ଉଦ୍ୟମ ତଥା ଜଗତସିଂପୁର ର ବିନାୟକ ଲେଙ୍କା ଓ ପାରାଦ୍ଵୀପ ର ଏକ ଶ୍ରୀମତୀ ସୁପ୍ରିୟା ସ୍ୱାଇଁଙ୍କ ସହଯୋଗ ରେ ଏହିଭଳି ଏକ କାର୍ଯ୍ୟକ୍ରମର ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି l
ମହମ୍ମଦ ଗଜନୀଙ୍କ ଦ୍ଵାରା ବହୁବାର ଗୁଜୁରାଟ ସୋମନାଥ ମନ୍ଦିର ଲୁଣ୍ଠନ ସହ ପରିଶେଷରେ ଜ୍ୟୋତିର୍ଲିଙ୍ଗ ଙ୍କୁ ଭାଙ୍ଗି ଦିଆଯାଇଥିଲା । ସେହି ଖଣ୍ଡ ବିଖଣ୍ଡିତ ଶିବଲିଙ୍ଗ ଙ୍କୁ ସେତେବେଳେ ପୂଜା କରୁଥିବା ଅଗ୍ନିହୋତ୍ରି ବ୍ରାହ୍ମଣ ମାନେ ତାମିଲନାଡୁ କୁ ନେଇ ଆସି ଶିବଲିଙ୍ଗ ର ରୁପଦେଇ ଗୁପ୍ତ ଭାବରେ ବଂଶାନୁକ୍ରମିକ ଭାବେ ପୂଜା କରିଆସୁଥିଲେ ।
୧୯୨୪ ରେ ସେମାନେ କାଞ୍ଚିର ସେତେବେଳର ଶ୍ରୀ ଶଙ୍କରାଚାର୍ଯ୍ୟ ଭଗବାନଙ୍କୁ ସୋମନାଥ ଜ୍ୟୋତିର୍ଲିଙ୍ଗ ଙ୍କ ବିଷୟରେ ପଚାରିବାରୁ ସେ କହିଥିଲେ ଶହେ ବର୍ଷ ପର୍ଯ୍ୟନ୍ତ ଗୁପ୍ତ ଭାବରେ ପୂଜା କରିବେ ଏବଂ ତାପରେ ସମୟ ଆସିଲେ ଜଣେ କର୍ଣ୍ଣାଟକର ର ଶଙ୍କର ନାମଧାରୀ ଅବତାରୀ ଗୁରୁ ଯିଏ କି ବର୍ତ୍ତମାନର ବିଶ୍ବପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବି ଶଙ୍କରଙ୍କୁ ପ୍ରଦାନ କରିବା ପାଇଁ । ତାପରେ ପୂଜା କରିଆସୁଥିବା ସେହି ବଂଶର ଅଗ୍ନି ହୋତ୍ରୀ ବ୍ରାହ୍ମଣ ଜାନୁଆରୀ ମାସରେ ବାଙ୍ଗାଲୋର ସ୍ଥିଥ ଆର୍ଟ ଅଫ ଲିଙ୍ଗ ଆନ୍ତର୍ଜାତୀୟ କେନ୍ଦ୍ରରେ ପୂଜ୍ୟ ଗୁରୁଦେବଙ୍କୁ ସେ ମୂଳ ଜ୍ୟୋତିର୍ଲିଙ୍ଗ ଙ୍କୁ ପ୍ରଦାନ କରିଥିଲେ । ସେହି ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗ ଭାରତରେ ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଭକ୍ତ ତଥା ସାଧାରଣ ଜନତାଙ୍କୁ ଦର୍ଶନ ଦେଉଛନ୍ତି । ବର୍ତ୍ତମାନ ସୋମନାଥ ଜ୍ୟୋତିର୍ଲିଙ୍ଗ ଭଗବାନ ଓଡ଼ିଶାରେ ଭ୍ରମଣ କରୁଛନ୍ତି । ପାରାଦ୍ଵୀପ ରେ କାର୍ଯ୍ୟକ୍ରମ ପରେ ଭୁବନେଶ୍ବର,ବାଲେଶ୍ଵର,ବାରିପଦା,
ସମ୍ବଲପୁର, ବରଗଡ଼ ଓ ରାଉରକେଲା ଦର୍ଶନ ଦେଇ ବାଙ୍ଗାଲୋର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିବାର ସୂଚନା ମିଳିଛି ।