Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ଶେଷରେ ଧର୍ମ ସ୍ଥାନକୁ ଛାଡିଲେ ନାହିଁ ଦୃବୁର୍ତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର ।

Alok Kumar Mohapatra | 14 Nov 2025 | 8 min read | 4 views

ପାରାଦ୍ୱୀପ ( ପି.ଏନ. ଏସ ) : ଶେଷରେ ଧର୍ମସ୍ଥଳୀ କୁ ଛାଡିଲେ ନାହିଁ ଚୋର,ମନ୍ଦିରରୁ କଳାକନା ବୁଲାଇଲେ ଅଜଣା ଦୃର୍ବୁତ୍ତ ଲୁଟିନେଲେ ଦାନହୁଣ୍ଡି ସମେତ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର l ମନ୍ଦିର କମିଟି ତରଫରୁ ପାରାଦ୍ଵୀପ ଆଦର୍ଶ ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ l ଏହିଭଳି ଘଟଣା ଘଟିଛି ପାରାଦ୍ଵୀପ ବୃନ୍ଦାବନ କଲୋନୀ ର ସର୍ବପୁରାତନ ଧର୍ମପୀଠ ଗୋପାଳଜୀୟୁ ମନ୍ଦିରରେ l ସକାଳୁ ମନ୍ଦିର ର ନୀତିକାନ୍ତି କରିବାକୁ ପୂଜକ ଆସିବା ବେଳକୁ ମନ୍ଦିରର ୩ଟି କବାଟ ତଡାଯାଇଥିବା ଦେଖିବାକୁ ପାଇଥିଲେ l ତୁରନ୍ତ ମନ୍ଦିର କମିଟି ର ସଦସ୍ୟ ମାନଙ୍କୁ ଫୋନ ଯୋଗେ ଜଣାଇଥିଲେ ପୂଜକ l କମିଟି ସଦସ୍ୟ ମାନେ ପହଞ୍ଚିଵା ପରେ ମନ୍ଦିରରୁ ସମଗ୍ର ଅଳଙ୍କାର ସହିତ ଦାନବାକ୍ସ ତାଡି ଲୁଟ ହୋଇଥିବା ଦେଖିବା ପରେ ପାରାଦ୍ଵୀପ ଆଦର୍ଶ ଥାନାରେ ଅଭଯୋଗ କରିଥିଲେ l ଆଦର୍ଶ ଥାନା ଅଧିକାରୀ ଙ୍କ ସହିତ ପୋଲିସ ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଯଥା ଶୀଘ୍ର ଘଟଣାର ଯାଞ୍ଚ କରି ଚୋର ମାନଙ୍କୁ ଧରିବାକୁ ପ୍ରତିଶୃତି ଦେଇଛନ୍ତି l ମନ୍ଦିର ଭଳି ଧର୍ମାନୁଷ୍ଠାନ ରୁ ଚୋରି ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶ୍ରଦ୍ଧାଳୁ l ଯଥାଶୀଘ୍ର ଆଦର୍ଶ ଥାନା ପୋଲିସ ତଦନ୍ତ କୁ ତ୍ୱରାନ୍ୱିତ କରି ଘଟଣାରେ ସାମିଲ ଚୋର ମାନଙ୍କୁ ଧରିବାକୁ ମନ୍ଦିର କମିଟି ତରଫରୁ ନିବେଦନ କରାଯାଇଛି l ମନ୍ଦିର ରୁ ଚୋରି ଘଟଣା କୁ ନେଇ ପୋଲିସ ର ତଦନ୍ତ ଜାରି ରହିଥିବାରୁ ଠାକୁର ଙ୍କ ନୀତିକାନ୍ତି କରାଯାଇନାହିଁ l ପୋଲିସ ର ତଦନ୍ତ ପରେ ସମସ୍ତ ଠାକୁର ଙ୍କ ନୀତିକାନ୍ତି କରାଯିବା ନେଇ କହିଛନ୍ତି ପୂଜକ l ତେବେ ପାରାଦ୍ଵୀପ ଓ ଏହାର ପାରିପାର୍ଶ୍ଵିକ ଅଞ୍ଚଳରେ ନିଶା ସେବନକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇପଡିଥିବା ବେଳେ ନିଶା ପାଇଁ ଏପରି ଚୋରି ହୋଇଥିବା ଅନୁମାନ କରାଯାଏ l ଅନ୍ୟପକ୍ଷରେ ପୋଲିସ କର୍ମଚାରୀଙ୍କ ଅଭାବ ଏବଂ ଏଥିପାଇଁ ସ୍ପର୍ଶକାତର ବନ୍ଦର ଓ ଶିଳ୍ପ ସହରରେ ପୋଲିସ ର କଡ଼ା ପାଟ୍ରୋଲିଙ୍ଗ ବ୍ୟବସ୍ଥା ଅଭାବ ଯୋଗୁଁ ବିଭିନ୍ନ ଅଭାବନୀୟ ଘଟଣା ବୃଦ୍ଧି ପାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l