ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀ ସ୍ମାରକୀ ପାଳନ ।
Alok Kumar Mohapatra | 14 Nov 2025 | 4 min read | 4 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ଭାରତର ପ୍ରତୀକାତ୍ମକ ଜାତୀୟ ସଙ୍ଗୀତ ବନ୍ଦେ ମାତରମ, ଯାହା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଛି ଏବଂ ସ୍ୱାଧୀନତା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ତାହାର ୧୫୦ତମ ବାର୍ଷିକୀ ପାଳନର ପ୍ରଥମ ପର୍ଯ୍ୟାୟ ନଭେମ୍ବର ୧୪ ତାରିଖ ଶୁକ୍ରବାର ଦିନ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୀତର ଏକତା ଏବଂ ଜାତୀୟ ଗର୍ବର ସ୍ଥାୟୀ ଐତିହ୍ୟକୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦଙ୍କ ନେତୃତ୍ୱରେ ସିଆଇଏସଏଫ ମୁଣ୍ଡଳୀ ମୁଖ୍ୟାଳୟର ଏନଇଜେଡ-୩ ଡିଆଇଜି ସୁମନ୍ତ ସିଂହଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ବନ୍ଦର ଦ୍ୱାରା ପରିଚାଳିତ "ବନ୍ଦେ ମାତରମ୍" ବିତର୍କ ପ୍ରତିଯୋଗିତାରେ ଉତ୍କର୍ଷ ହାସଲ କରିଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତା ଯୁବ ଅଂଶଗ୍ରହଣକାରୀ ମାନଙ୍କୁ ଦେଶପ୍ରେମର ଭାବନା ଉପରେ ପ୍ରତିଫଳିତ କରିବାକୁ ଏବଂ ଆତ୍ମବିଶ୍ୱାସର ସହିତ ସେମାନଙ୍କର ଚିନ୍ତାଧାରା ପ୍ରକାଶ କରିବାକୁ ଉତ୍ସାହିତ କରିଥିଲା ।