ଅଠରବାଙ୍କି ମାର୍କେଟ ବିଲ୍ଡିଂ ରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
Alok Kumar Mohapatra | 14 Nov 2025 | 4 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ଅଠରବାଙ୍କି ମାର୍କେଟ ବିଲ୍ଡିଂ ରେ ଘଟିଛି ଅଗ୍ନିକାଣ୍ଡ। ଏକ ମୋଟରସାଇକେଲ ପାର୍ଟ୍ସ ର ଗୋଦାମ ଘରେ ଲାଗିଛି ନିଆଁ। ହଠାତ୍ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଲା ୨ୟ ମହଲା ରେ ଥିବା ଏହି ଗୋଦାମ ଘର। ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପାରାଦ୍ଵୀପ ପୋର୍ଟ ସିଆଇଏସଏଫ ର ଅଗ୍ନିଶମ ଗାଡି, ଇଫକୋ କାରାଖାନା ର ଅଗ୍ନିଶମ ଗାଡି ଓ କୁଜଙ୍ଗ ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚି ନିଆଁ କୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର ପାର୍ଟ୍ସ ପୋଡ଼ି ନଷ୍ଟ ହୋଇଯାଇଛି। ଯେହେତୁ ପାର୍ଟ୍ସ ଗୁଡ଼ିକ ଜରି ଓ କାଗଜ ପେଟି ରେ ପ୍ୟାକିଂ ହୋଇଥିବାରୁ ସଙ୍ଗେ ସଙ୍ଗେ ନିଆଁ ବ୍ୟାପି ଯାଇଥିଲା। ଏବଂ ଗୋଦାମ ଘରେ ଥିବା ସମସ୍ତ ପାର୍ଟ୍ସ ପୋଡ଼ି ନଷ୍ଟ ହୋଇଯାଇଛି। ଉକ୍ତ ଗୋଦାମ ଘର ଟି ଅଠରବାଙ୍କି ର ପୁରୁଣା ବ୍ୟବସାୟୀ ଦିଲ୍ଲିପ ଲେଙ୍କା ଙ୍କର ବୋଲି ଜଣା ପଡ଼ିଥିବା ବେଳେ ଏଥିରେ ପାଖାପାଖି ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଗାଡ଼ି ପାର୍ଟ୍ସ ଓ ମୋବିଲ ଥିଲା ବୋଲି ଜଣାପଡିଛି।
