ବିଭିନ୍ନ ଦାବୀ ନେଇ ମିଳିତ ଶ୍ରମିକ ସଂଘର ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Alok Kumar Mohapatra | 12 Nov 2025 | 15 min read | 3 views
ପାରାଦ୍ୱୀପ ( ପି.ଏନ. ଏସ ) : ଗତ ଅକ୍ଟୋବର ୯ ତାରିଖରେ ୬ ଟି ପୋର୍ଟ ଆଣ୍ଡ ଡ଼କ ଫେଡେରେସନ ଦ୍ୱାରା ଗଠିତ ନ୍ୟାସନାଲ କୋଡିନେସନ କମିଟି ର ମର୍ମାଗୋଆ ବନ୍ଦର ଠାରେ ଅନୁଷ୍ଠିତ ବୈଠକର ନିଷ୍ପତି ତଥା ମହାସଂଘ ଡାକରାରେ ଭାରତର ୧୨ ଗୋଟି ବୃହତ ବନ୍ଦରରେ ନଭେମ୍ବର ୧୨ ତାରିଖ ବୁଧବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ପାରାଦୀପ ବନ୍ଦରରେ ୧୩ ଗୋଟି ଶ୍ରମିକ ସଂଗଠନ ତରଫରୁ ମିଳିତ ଭାବରେ ବନ୍ଦର ଶ୍ରମିକ କର୍ମଚାରୀ, ଅବସର ପ୍ରାପ୍ତ କର୍ମଚାରୀ ଏବଂ ଠିକା ଶ୍ରମିକ ମାନଙ୍କୁ ନେଇ ପାରାଦ୍ୱୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା l ପ୍ରକାଶ ଥାଉକି ବନ୍ଦର ଶ୍ରମିକ କର୍ମଚାରୀ ମାନଙ୍କର ନୂତନ ବେତନ ଚୁକ୍ତିନାମା ଗତ ସେପ୍ଟେମ୍ବର ୨୭ ତାରିଖରେ ହୋଇସାରିଥିଲେ ମଧ୍ୟ ସେଥି ମଧ୍ୟରୁ କେତେ ଗୁଡିଏ ଚୁକ୍ତିନାମା ଯାହାକି ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ୟୁନିଅନ ମାନଙ୍କ ସହ ଆଲୋଚନା କରି ଲାଗୁ କରିବା କଥା କିନ୍ତୁ କର୍ତ୍ତୃପକ୍ଷ ଟାଳଟୁଳ ଓ କାଳକ୍ଷେପଣ ନୀତି ଅବଲମ୍ବନ କରି ଚାଲିଥିବା ନେଇ ଅଭିଯୋଗ ହୋଇଛି l ଯାହା ଫଳରେ ଶ୍ରମିକ କର୍ମଚାରୀ ମାନେ ଯେଉଁ ଆର୍ଥିକ ପ୍ରୋତ୍ସାହନ ପାଇବା କଥା ତାହା ପାଇପାରୁ ନାହାନ୍ତି l ତେଣୁ ବାକି ରହିଥିବା ବିଭିନ୍ନ ଚୁକ୍ତିନାମାକୁ ବନ୍ଦର କର୍ତ୍ତୃପକ୍ଷ ଲାଗୁ କରିବାକୁ ଦାବୀ କରାଯାଇଛି l ଏହି ଦାବିଗୁଡିକ ମଧ୍ୟରେ ଷ୍ଟାଗନେସନ ଇନ୍କ୍ରିମେଣ୍ଟ, ପ୍ରମୋସନ କ୍ଷେତ୍ରରେ ପେ ପ୍ରୋଟେକ୍ସନ, ଚିଲଡ୍ରେନ ଏଡୁକେସନ ଆଲାଉନ୍ସ, ସ୍ପେସିଆଲ ୱାସିଙ୍ଗ ଆଲାଉନ୍ସ, ବିନା ସୁଧରେ ଝିଅ ପୁଅ ବିଭାଘର ପାଇଁ ଅଗ୍ରିମ ଅର୍ଥ ପ୍ରଦାନ, ଗାଡି ଓ ମୋଟର ସାଇକେଲ କିଣିବା ପାଇଁ ଅଗ୍ରିମ ଅର୍ଥ, ହାଉସ ବିଲଡିଂ ଲୋନ ଅର୍ଥର ପରିଣାମ ବୃଦ୍ଧି, ପେନସନ ଇତ୍ୟାଦି ବହୁ ଦାବି ରହିଥିବା ବେଳେ ଅଦ୍ୟାବଧି ଏହାର ସମାଧାନ ହୋଇ ପାରିନାହିଁ l ସେହିପରି ପି.ଏଲ.ଆର ବୋନସ ଚୁକ୍ତିନାମା ଅନୁଯାୟୀ ୨୦୨୧-୨୨ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ କର୍ମଚାରୀ ମାନଙ୍କୁ ବକେୟା ଏରିଅର ପ୍ରଦାନ, ସି.ସି.ଏସ. ପେନଶନ ନିୟମର ସଂଶୋଧନ ସଂସଦରେ ବିଲ ୨୦୨୫ କେନ୍ଦ୍ର ସରକାର ଆଗତ କରିବା ପ୍ରତିବାଦରେ,
ବନ୍ଦରର ଗଛିତ ଲାଭାନ୍ସ ଅର୍ଥକୁ ଜାତୀୟକରଣ ବ୍ୟାଙ୍କରେ ରଖିବା ପରିବର୍ତ୍ତେ ପ୍ରାଇଭେଟ ବ୍ୟାଙ୍କରେ ଡିପୋଜିଟ କରିବାକୁ ବନ୍ଦର ଗୁଡିକୁ ବାଧ୍ୟ କରିବା ପ୍ରତିବାଦରେ ଏବଂ ବନ୍ଦର ଚିକିତ୍ସାଳୟ ଗୁଡିକୁ ପି.ପି.ପି. ମୋଡ଼ରେ ବାହାର ସଂସ୍ଥାକୁ ଚଳାଇବାକୁ ଦେବାକୁ ବିରୋଧ କରାଯାଇଛି l
ଏହା ବ୍ୟତୀତ ବନ୍ଦରର ରେଗୁଲାର କର୍ମଚାରୀଙ୍କ ସଂଖ୍ୟା କମିବା ଓ ସେମାନଙ୍କ ସ୍ଥାନରେ ରେଗୁଲାର ନିଯୁକ୍ତି ନ କରିବା ଫଳରେ ବନ୍ଦର କର୍ତ୍ତୃପକ୍ଷ ଠିକା ଶ୍ରମିକ (ଡ଼ି.ଏଲ.ଆର) ମାନଙ୍କୁ ନିୟୋଜିତ କରାଇ ଆଜି ୧ ନମ୍ବର ବନ୍ଦରର ମାନ୍ୟତା ପାଇଛି, କିନ୍ତୁ ସେହି ଠିକା ଶ୍ରମିକ ରେଗୁଲାର କାମରେ କାର୍ଯ୍ୟ କରୁଥିଲେ ମଧ୍ୟ କେଵଳ ସରକାରଙ୍କ ଧାର୍ଯ୍ୟ ଦୈନିକ ମଜୁରୀ ଦିଆଯାଉଛି l ସେମାଙ୍କୁ ସମାନ କାମକୁ ସମାନ ଦରମା ଦେବା, ସେମାନଙ୍କ ଅବସର ସମୟରେ ଗ୍ରାଚୁଇଟି, ରିଟାୟାର୍ଡ଼ମେଣ୍ଟ ବେନିଫିଟ ଦେବା, ବନ୍ଦର ଚିକିତ୍ସାଳୟରେ ବିନା ଅର୍ଥ ଦେୟରେ ନିଜେ ଓ ନିଜ ପରିବାର ସଦସ୍ୟଙ୍କ ଚିକିତ୍ସା ପ୍ରଦାନ, ବନ୍ଦରରେ କାର୍ଯ୍ୟରତ ଠିକା ଶ୍ରମିକ (ଡ଼ି.ଏଲ.ଆର) ମାନଙ୍କୁ ବନ୍ଦର କର୍ତ୍ତୃପକ୍ଷ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଆର୍ଥିକ ସୁବିଧା ଓ ଗିଫ୍ଟ ଇତ୍ୟାଦି କୁ ସୀମିତ ସଂଖ୍ୟା ମଧ୍ୟରେ ନ ରଖି ସମସ୍ତଙ୍କୁ ପ୍ରଦାନ କରିବା, ବନ୍ଦର କର୍ତ୍ତୃପକ୍ଷଙ୍କ ନିର୍ଦେଶନାମା ଅନୁଯାୟୀ ସୀମିତ ଠିକା ଶ୍ରମିକ ଙ୍କୁ ଦେଉଥିବା ବିଭିନ୍ନ ଆର୍ଥିକ ପ୍ରୋତ୍ସାହନକୁ ସମସ୍ତ ଠିକା ଶ୍ରମିକଙ୍କୁ ପ୍ରଦାନ କରିବା ଦାବୀ ନିମନ୍ତେ ବିକ୍ଷୋଭ ପ୍ରଦର୍ଶନ ସହ ସମସ୍ତ ଦାବୀ ପୂରଣ କରିବାକୁ ବନ୍ଦର କତୃପକ୍ଷଙ୍କୁ ଅନୁରୋଧ କରାଯାଇଛି l ଉପରୋକ୍ତ ଦାବୀ ପ୍ରତିବାଦରେ ଶ୍ରମିକ ନେତା ସର୍ବଶ୍ରୀ ଯତିକାନ୍ତ ବେହେରା, ଗୁଣନିଧି ଚୌଧୁରୀ, ବିଭୁତି ମହାରଣା, କୁଶ ଚରଣ ସୁତାର, ମହେଶ୍ୱର ସୋରେନ, ଆଲୋକ ମହାପାତ୍ର, ପ୍ରସନ୍ନ ଦାସ ପ୍ରମୁଖ ଏହାର ସମାଧାନ ଶୀଘ୍ର କରିବାକୁ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି l ଏହି ଦାବୀପତ୍ର ଇଣ୍ଡିଆନ ପୋର୍ଟସ ଆସୋସିଏସନ ର ଚେୟାରମ୍ୟାନ ଓ ମ୍ୟାନେଜିଙ୍ଗ ଡାଇରେକଟରଙ୍କ ପାଖକୁ ଆସନ୍ତା ନଭେମ୍ବର ୧୪ ତାରିଖରେ ବନ୍ଦର ଅଧ୍ୟକ୍ଷ ଙ୍କ ମାଧ୍ୟମରେ ପଠାଇବାକୁ ସ୍ଥିର କରାଯାଇଛି ବୋଲି ମିଳିତ ଶ୍ରମିକ ସଂଘ ପକ୍ଷରୁ କୁହାଯାଇଛି l