Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ସମାଜସେବା ଓ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାରାଦୀପ କଲେଜ ଏନସିସି ଆଲୁମୁନି ଆସୋସିଏସନ ସମ୍ବର୍ଦ୍ଧିତ

Alok Kumar Mohapatra | 11 Nov 2025 | 6 min read | 4 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ କଲେଜ ଏନସିସି ଏଲୁମୁନି ଅସୋସିଏସନ୍ ସମାଜ ସେବା ଓ ସଚେତନତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ବାଲିଯାତ୍ରା ମହୋତ୍ସବରେ ସମ୍ମାନିତ ହୋଇଛନ୍ତି। ଏହି ମହୋତ୍ସବ ସମୟରେ ଏନସିସି ଏବଂ ଏନସିସି ଆଲୁମୁନି ଅସୋସିଏସନ ପକ୍ଷରୁ “ଡ୍ରଗ୍ସ ବିରୋଧୀ ଅଭିଯାନ”, “ସଡକ ସୁରକ୍ଷା ସଚେତନତା”, “ସାଇବର ସୁରକ୍ଷା ସଚେତନତା” ଓ “ଭିଜିଲାନ୍ସ ସଚେତନତା” ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରିଆସୁଛନ୍ତି ଓ ସରକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ମଧ୍ୟରେ ପହଞ୍ଚାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି।
ଏହି ଅନୁଷ୍ଠାନ ନିରନ୍ତର ସମାଜ ସେବା, ବୃକ୍ଷରୋପଣ, ରକ୍ତଦାନ ଶିବିର, ଗ୍ରୀଷ୍ମକାଳରେ ଦହି-ପାଣି ବଣ୍ଟନ ଏବଂ ପ୍ରତି ରବିବାର ସମୁଦ୍ରତଟ ସଫେଇ ଅଭିଯାନ ନିୟମିତ ବ୍ୟବଧାନରେ କରିଆସୁଛି ଯାହା ଏହି ସଂଗଠନକୁ ଅଞ୍ଚଳରେ ସମ୍ମାନ ଓ ଖ୍ୟାତି ଆଣି ଦେଇଛି।
ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର କୃତଜ୍ଞତା ବ୍ୟକ୍ତ କରି କହିଛନ୍ତି ଯେ, ଏହି ସମ୍ମାନ ଆମର ସମସ୍ତ କ୍ୟାଡେଟ ଓ ଆଲୁମୁନି ସଦସ୍ୟଙ୍କୁ ଆଗାମୀ ଦିନରେ ଅଧିକରୁ ଅଧିକ ସମାଜସେବା କରିବା ପାଇଁ ପ୍ରେରିତ କରିବ । ସେ ବାଲିଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ ଓ ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲ, ଉପାଧ୍ୟକ୍ଷ ପାରାଦୀପ ଏ.ଡି.ଏମ. ନିରଞ୍ଜନ ବେହେରା ଏବଂ ପାରାଦୀପ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଆସନ୍ତା ୨୧ ନଭେମ୍ବର ରେ ପାରାଦୀପ କଲେଜ ରେ "ସ୍ବେଛାକୃତ ରକ୍ତଦାନ" ଶିବିର ପାଇଁ ଆମନ୍ତ୍ରଣ କରିଛନ୍ତି l