Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ଇଫକୋ, ପାରାଦ୍ବୀପ ଡିଏଭି ସ୍କୁଲରେ ବିଷୟ ଭିତ୍ତିକ ମେଳା 'ଇନୋଭିଷ୍ଟା' ଅନୁଷ୍ଠିତ

Alok Kumar Mohapatra | 10 Nov 2025 | 8 min read | 4 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ଉପକଣ୍ଠ ଇଫକୋ ପରିସର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ବିଷୟ ଭିତ୍ତିକ ମେଳା 'ଇନୋଭିଷ୍ଟା' ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ସମ୍ବିତ ସୁକୁମାର ଚିନରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଫକୋ ପାରାଦ୍ବୀପର ମୁଖ୍ୟ ପି.କେ.ମହାପାତ୍ରଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଇଫକୋ, ପାରାଦ୍ବୀପ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଏଥିରେ ଡିଏଭି ପବ୍ଲିକ ସ୍କୁଲ, ଇଫକୋର ଅଧକ୍ଷ ସମ୍ବିତ ସୁକୁମାର ଚିନାରା ସ୍ବାଗତ ସମ୍ଭାଷଣ ପୂର୍ବକ ସମସ୍ତ ମାନ୍ୟଗଣ୍ୟ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଡିଏଭି ଇଫକୋର ଛାତ୍ରଛାତ୍ରୀମାନେ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଇଂରାଜୀ, ଓଡିଆ, ହିନ୍ଦୀ, ସଂସ୍କୃତ, ଚିତ୍ରକଳା ଓ କମ୍ପ୍ୟୁଟର ଇତ୍ୟାଦି ବିଷୟରେ ୧୬୫ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ l ଏଥିରେ ବିଦ୍ୟାଳୟର ପ୍ରାୟ ୨୮୭ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଭିନ୍ନ ବିଭାଗର ବିଚାରପତି ମଣ୍ଡଳୀ ଭାବରେ ପାରାଦ୍ବୀପ ଆଞ୍ଚଳିକ ବିଦ୍ୟାଳୟ ମାନଙ୍କର ପ୍ରାୟ ୨୦ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l ମୁଖ୍ୟ ଅତିଥ୍‌ ଶ୍ରୀ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ତାଙ୍କର ବହୁମୂଲ୍ୟ ଆଶୀର୍ବଚନ ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ପ୍ରତିଭାର ଅନେକ ପ୍ରଶଂସା କରିଥିଲେ ଏବଂ ବିଦ୍ୟାଳୟରେ ଏହିପରି ମେଳା ଛାତ୍ରଛାତ୍ରୀଙ୍କୁ ଶିଖିବାର ଅନେକ ସୁଯୋଗ ପ୍ରଦାନ କରିବା ସହିତ ତାଙ୍କର ଆନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଏହା ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି କହିଥିଲେ ଓ ଦେଶ ଗଠନରେ ଛାତ୍ରଛାତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶୈକ୍ଷିକ କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଏହି ସଫଳତା ପାଇଁ ଇଫକୋ ମୁଖ୍ୟ ପି.କେ.ମହାପାତ୍ର, ଓଡିଶା ଜୋନ୍‌ ଡି.ଏ.ଭି ସମୂହର ନିର୍ଦ୍ଦେଶକ ଡକ୍ଟର କେଶବ ଚନ୍ଦ୍ର ଶତପଥୀ ଏବଂ ନିର୍ବାହିକା ଡ. ସୁଜାତା ସାହୁ ଡି.ଏ.ଭି ଇଫକୋ ପରିବାର ଓ ଛାତ୍ରଛାତ୍ରୀ ମାନଙ୍କୁ ଭୁୟସୀ ପ୍ରଶଂସା ଓ ଶୁଭେଚ୍ଛା ଜଣାଇଥିଲେ l