Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ନୀଳଚକ୍ର ୟୁଥ୍ କ୍ଳବ୍ ପକ୍ଷରୁ ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଉଦଘାଟିତ

Bureau report | 10 Nov 2025 | 9 min read | 4 views

ପାରାଦ୍ୱୀପ ( ପି.ଏନ. ଏସ ) : ବନ୍ଦର ନଗରୀ ପାରାଦ୍ଵୀପ ରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନୀଳଚକ୍ର ୟୁଥ୍ କ୍ଳବ୍ ପକ୍ଷରୁ ବ୍ୟାପକ ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। କ୍ଲବ୍ ର ସଭାପତି ଦେବ ମଣ୍ଡଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମ ରେ କ୍ଲବ ର ଉପଦେଷ୍ଟା ବିଶ୍ବଭୂଷଣ ରାଉତରାୟ, ଅମରେଶ ନରେଶ ସାମନ୍ତ ଙ୍କ ସମେତ କ୍ଲବ ର‌ ସଦସ୍ୟ ବଳରାମ ରାଉତ, ରାକେଶ କୁମାର ସାହୁ, ପ୍ରକାଶ ଚନ୍ଦ୍ର ବାରିକ, ମୁନି ଛାଟୋଇ, ଆୟୁଷ୍ମାନ ସ୍ବାଇଁ, ସଚିନ ଗୋଛୟତ, ସତ୍ୟବ୍ରତ ଡାକୁଆ, ପରମ ବେହେରା, ଶ୍ୟାମସୁନ୍ଦର ଦାସ, ଅଭିଜିତ ମଣ୍ଡଳ, ରାଜା ମଣ୍ଡଳ, ପବିତ୍ର ମଣ୍ଡଳ, ସୋନୁ ପଣ୍ଡା, ବାଦଲ ଦାସ ପ୍ରମୁଖ ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ପୈାରପରିଷଦ ୩ ନମ୍ବର ଓ୍ବାର୍ଡ ର ପାରିଷଦ ଙ୍କ ପ୍ରତିନିଧି ସମୀର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଗତ ୭ ବର୍ଷ ହେଲା ନୀଳଚକ୍ର ୟୁଥ୍ କ୍ଳବ୍ ବନ୍ଦର ନଗରୀ ପାରାଦ୍ଵୀପ ରେ ବିଭିନ୍ନ ସେବା ମୂଳକ କାର୍ଯ୍ୟ କରିବା ସହିତ ପ୍ରତ୍ୟେକ ବର୍ଷ ସ୍ଥାନୀୟ ଅଞ୍ଚଳରେ ଫଳ ଜାତୀୟ ବୃକ୍ଷ ଯଥା ଆମ୍ବ, ପିଜୁଳି, ପଣସ, ବର , ଓସ୍ତ, ଜାମୁ ,କରଞ୍ଜ, ନିମ୍ୱ ପ୍ରଭୃତି ଯାହା ପଶୁ, ପକ୍ଷୀ ଓ ମନୁଷ୍ୟ ସମସ୍ତଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷ ଲଗାଯାଉଛି। ଗତ ୪ ବର୍ଷ ହେଲା କ୍ଲବ ପକ୍ଷରୁ ମହାନଦୀ କଡ଼, କାଉଡ଼ିଆ ନଦୀ କଡ଼ , ତାଳଦଣ୍ଡା କେନାଲ କଡ଼ ରେ ବ୍ୟାପକ ତାଳ ମଞ୍ଜି ରୋପଣ କରାଯାଉଛି। ଚଳିତବର୍ଷ କ୍ଲବ ପକ୍ଷରୁ ୧୫ ଦିନ ମଧ୍ୟରେ ୫ ହଜାର ତାଳ ମଞ୍ଜି ରୋପଣ କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିସହିତ ଗତ ୪ ବର୍ଷ ହେଲା ଯେଉଁ ଗଛ ଗୁଡ଼ିକ ଉଠିଛି, ତାହାର ଯତ୍ନ ପାଇଁ ପାଇଁ ପ୍ରୟାସ ଆରମ୍ଭ କରିଛି କ୍ଲବ। ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ସହିତ ଗତ କିଛି ବର୍ଷ ହେଲା ଘଡ଼ଘଡ଼ି ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ରକ୍ଷା ପାଇବା ପାଇଁ ଏକ ପ୍ରାକୃତିକ ଉପାୟ ହେଉଛି ତାଳ ଗଛ । ତାଳ ଗଛ ବିଜୁଳି ଏବଂ ଘଡ଼ଘଡ଼ି ଜନିତ ମୃତ୍ୟୁ ସଂଖ୍ୟା କମାଇବାରେ ସହଯୋଗ କରିବା ପାଇଁ ନୀଳଚକ୍ର ୟୁଥ୍ କ୍ଲବ ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି। ଯାହାକୁ ବନ୍ଦର ନଗରୀ ପାରାଦ୍ଵୀପ ର ସବୁ ମହଲରୁ ପ୍ରଶଂସା କରାଯିବା ସହିତ ସ୍ବାଗତ କରାଯାଇଛି।