କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଅବସରରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Alok Kumar Mohapatra | 10 Nov 2025 | 6 min read | 3 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ମହୋତ୍ସବ ର ଷଷ୍ଠ ଦିବସ ରବିବାର ଦିନ ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ ଏକ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ଅବସରରେ ପାରାଦୀପ ବନ୍ଦର ପ୍ରାକ୍ତନ ସଚିବ ତଥା ବିଶିଷ୍ଟ କବି ପ୍ରଭାତ କୁମାର ନନ୍ଦ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଅଳକା ଆଶ୍ରମ ର ଆବାହକ ଦେବେନ୍ଦ୍ର ନାଥ ରାଉତ ଓ ଶ୍ରୀମନ ନାରାୟଣ ମିଶ୍ର ଉପସ୍ଥିତ ଥିଲେ l କଳିଙ୍ଗ ବାଲିଯାତ୍ରା କମିଟି ଦ୍ୱାରା ଆୟୋଜିତ ଏହି କବି ସମ୍ମିଳନୀରେ ରାଜ୍ୟ ତଥା ଜିଲ୍ଲାର ବହୁ ବିଶିଷ୍ଟ କବି ଓ କବୟିତ୍ରୀ ମାନେ ଯୋଗଦେଇ ପ୍ରାଚୀନ ନୌବାଣିଜ୍ୟ ଓ ବାଲିଯାତ୍ରା ଉପରେ ଆଧାରିତ ନିଜ ସ୍ୱରଚିତ କବିତା ପାଠ କରିଥିଲେ l ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଜିଲ୍ଲାର ଶ୍ରେଷ୍ଠ ସାହିତିକ ଭାବେ ଶ୍ରୀମତୀ ଜ୍ୟୋତିର୍ମୟୀ ମହାନ୍ତି ଓ ଦୀପ୍ତି ରଞ୍ଜନ ଖଣ୍ଡୁଆଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ସମସ୍ତ କବି ମାନଙ୍କୁ କମିଟି ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l ଏହି କବିତା ପାଠଚକ୍ରକୁ କବୟିତ୍ରୀ ବନପ୍ରଭା ପରିଡା ଓ ତୁଳସୀ ବରାଳ ପରିଚାଳନା କରିଥିବା ବେଳେ ନଗେନ୍ଦ୍ର ନାଥ ସ୍ୱାଇଁ ଓ ସୁଧାଂଶୁ କୁମାର ସୁତାର ଏଥିରେ ସହଯୋଗ କରିଥିଲେ l
