ଜାତୀୟ ରାଜପଥ ନିର୍ମାଣରେ ଜିପସମ ବ୍ୟବହାରକୁ ନେଇ ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ସମାଜସେବୀ ।
Alok Kumar Mohapatra | 08 Nov 2025 | 3 min read | 3 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ୱୀପ ଜାତୀୟ ରାଜପଥ ନିର୍ମାଣରେ ବ୍ୟାପକ ଅନିୟମିତତା ପରିଲଖିତ ହେବାରେ ଲାଗିଛି । କୁଜଙ୍ଗ ତହସିଲ ଅଞ୍ଚଳ ଅଧୀନସ୍ଥ ୨୯ମୌଜା ଅଞ୍ଚଳରେ ପ୍ରବାହିତ ସାହେରପେଣ୍ଠ ମସ୍ଚ୍ୟଡିଆର ଅଂଶବିଶେଷ ଉଦୟବଟ ମୌଜା ନଦୀସ୍ୱତ୍ୱ ଉପରେ ନଦୀଜଳ ସହିତ ଭୂତଳଜଳ ନଷ୍ଟକାରୀ ବିଷାକ୍ତ ପଦାର୍ଥ ଜିପସମ ଦ୍ୱାରା ଜଳପଥକୁ ପୋତେଇ କାର୍ଯ୍ୟ ଚାଲୁଅଛି । ଏଭଳି ବେଆଇନି କାର୍ଯ୍ୟକୁ ନିନ୍ଦା କରିଵା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିମିତ୍ତ ପରିବେଶବିତ ସମାଜସେବୀ ସୁଶାନ୍ତ ଶେଖର ସ୍ୱାଇଁ ମାନବିକ ଅଧିକାର କମିଶନରଙ୍କ ନିକଟରେ ଆବେଦନ କରିଥିଲେ । ମାନ୍ୟବର କମିଶନର ଉକ୍ତ ସମ୍ବେଦନଶୀଳ ବିଷୟକୁ ବିଚାରକୁ ନେଇ ଗତ ତା ୦୩-୧୧-୨୫ରିଖରେ କେସ ନଂ ୪୦୪୮/୨୦୨୫ରେ ଜିଲ୍ଲାପାଳ, ଜଗତସିଂହପୁର ଠାରୁ ସ୍ପଷ୍ଟୀକରଣ ପାଇଁ ଆଦେଶନାମ ଜାରି କରିଛନ୍ତି ।
