Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ଭାରତୀୟ ହକିର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁର ଜିଲ୍ଲା ହକି ଆସୋସିଏସନ ପକ୍ଷରୁ ହକି ପ୍ରତିଯୋଗିତା ଆୟୋଜିତ ।

Alok Kumar Mohapatra | 08 Nov 2025 | 5 min read | 2 views

ପାରାଦ୍ୱୀପ ( ପି.ଏନ. ଏସ ) : ଓଡିଶା ସରକାର ଓ ଟାଟା ହକି ଦ୍ଵାରା ପରିଚାଳିତ ପାରାଦୀପ ପିପିଏଲ ର ଗ୍ରାସରୁଟ ହକି କେନ୍ଦ୍ର ଠାରେ ଜଗତସିଂହପୁର ଜିଲ୍ଲା ହକି ଆସୋସିଏସନ ପକ୍ଷରୁ ଜିଲ୍ଳାର ଚାରିଗୋଟି ହକି ଦଳକୁ ନେଇ ଏକ ହକି ପ୍ରତିଯୋଗିତା ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି l ଏହି ପ୍ରତିଯୋଗିତାର ଡିଏଭି ପିପିଏଲ ଦଳ ପାରାଦୀପ ଦଳକୁ ଶୁଟ ଆଉଟ୍ ମାଧ୍ୟମରେ ହରାଇ ଚମ୍ପିଅନ ଟ୍ରଫି ଗ୍ରହଣ କରିଥିଲେ। ଭାରତୀୟ ହକିର ଏହି ଶହେ ବର୍ଷ ପୂର୍ତ୍ତି ଅବସରରେ ଅପରାହ୍ନରେ ଭେଟେରାନ୍ ଏକାଦଶ ଓ ଡିଏଭି ଜାତୀୟ ଦଳ ମଧ୍ୟରେ ଏକ ଚିତାକର୍ଷକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏଥିରେ ଡିଏଭି ଜାତୀୟ ଏକାଦଶ ବିଜୟଲାଭ କରି ଚମ୍ପିଅନ ହୋଇଥିଲେ।
ଏହି ସମସ୍ତ ଖେଳର ଆୟୋଜନ ଜଗତସିଂହପୁର ଜିଲ୍ଲାର କ୍ରୀଡା ଅଧିକାରିଣୀ ଶ୍ରୀମତୀ ବିଶ୍ୱବିଜୟିନି ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା ଓ ଏହି ଖେଳକୁ ସୁମିତ ଲାକ୍ରା, ମେଞ୍ଜସ ଏକା ଓ ପ୍ରିୟଙ୍କା ରାଉତ ପରିଚାଳନା କରିଥିଲେ। ଡିଏଭି ପିପିଏଲ ସ୍କୁଲ ର ଅଧ୍ୟକ୍ଷ ସଂଜୀବ କୁମାର ସାହୁ ଚମ୍ପିଅନ ଦଳକୁ ପୁରସ୍କୃତ କରିଥିଲେ ଏବଂ କ୍ରୀଡ଼ା ଶିକ୍ଷକ ଶାଶ୍ଵତ କୁମାର ଭାରତୀୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଡିଏଭି ପିପିଏଲ ସ୍କୁଲ ର ବରିଷ୍ଠ ଶିକ୍ଷକ ବୃନ୍ଦାବନ ରାଉତ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କ୍ରୀଡ଼ାକୁ ଉଦଘାଟନ କରିଥିଲେ।