Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ଶିରି ହରାଉଛି ପାରାଦ୍ଵୀପ କଳିଙ୍ଗ ବାଲିଯାତ୍ରା, ମୁହଁ ଫେରାଉଛନ୍ତି ବ୍ୟବସାୟୀ ।

Alok Kumar Mohapatra | 07 Nov 2025 | 10 min read | 2 views

ପାରାଦ୍ୱୀପ ( ପି.ଏନ. ଏସ ) : ଶିରି ହରାଉଛି ପାରାଦ୍ଵୀପ କଳିଙ୍ଗ ବାଲିଯାତ୍ରା । ଫାଙ୍କା ପଡିଛି ଅର୍ଦ୍ଧାଧିକ ଷ୍ଟଲ, ଆସୁନାହାନ୍ତି ଦର୍ଶକ । ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ଫାଙ୍କା ପଡୁଛି ଚେୟାର । ଚଳିତବର୍ଷ କଳିଙ୍ଗ ବାଲିଯାତ୍ରା ରେ ବ୍ୟବସାୟ କୁ ନେଇ ବ୍ୟବସାୟୀ ଆଶଙ୍କାରେ ଥିବାବେଳେ ଛାଡଖାଇ ପରେ ଲୋକଙ୍କ ସମାଗମ ହେବ ବୋଲି ରହିଛି ଆଶା ।

ଚଳିତବର୍ଷ ପାରାଦ୍ଵୀପ କଳିଙ୍ଗ ବାଲିଯାତ୍ରା ସମ୍ପୁର୍ଣ୍ଣ ନୈରାଶ୍ୟଜନକ ହୋଇଥିବା ଦେଖିବାକୁ ମିଳିଛି । ନାଁ ଆସୁଛନ୍ତି ଦର୍ଶକ , ନାଁ ଅଛନ୍ତି ବ୍ୟବସାୟୀ । ପ୍ରଶାସନ ଦ୍ବାରା ତିଆରି କରାଯାଇଥିବା ଷ୍ଟଲ୍ ଗୁଡ଼ିକ ଅଧାରୁ ଅଧିକ ଫାଙ୍କା ପଡିଛି । ନୌବାଣିଜ୍ୟ ର ପରମ୍ପରା କୁହାଯାଉଥିବା ଏହି କଳିଙ୍ଗ ବାଲିଯାତ୍ରା ପ୍ରତି ଚଳିତବର୍ଷ ବ୍ୟବସାୟୀମାନେ ଆଗ୍ରହ ଦେଖାଇ ନାହାନ୍ତି । ଏହାର ପ୍ରମୁଖ କାରଣ ଗତ ବର୍ଷ ଠାରୁ ପ୍ରଶାସନ ପକ୍ଷରୁ ଷ୍ଟଲ ର ଭଡ଼ା ବୃଦ୍ଧି ଏବଂ ଷ୍ଟଲ ବଣ୍ଟନ ରେ ଅନିୟମିତତା ବୋଲି ଅଭିଯୋଗ ହେଉଛି । ଗତବର୍ଷ ଠାରୁ ଷ୍ଟଲ୍ ଭଡାକୁ ବୃଦ୍ଧି କରାଯାଇ ୮ ହଜାର ହୋଇଛି । ୭ ଦିନର ଏହି ବାଲିଯାତ୍ରା ରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ଦିନ ଷ୍ଟଲ ବନ୍ଦ କରାଯିବା ସହିତ ଉଦଯାପନୀ ଉତ୍ସବରେ ରାଜ୍ୟପାଳ ଙ୍କ କାର୍ଯ୍ୟକ୍ରମ ରହିଥିବାରୁ ଷ୍ଟଲ ବନ୍ଦ କରିବା ପାଇଁ କୁହାଯାଇଛି । ଏହାଛଡା ଉଠା ଦୋକାନୀ ମାନଙ୍କ ପାଇଁ ମଧ୍ୟ କଟକଣା ଲଗାଯାଇଛି । ମାତ୍ର ୫ ଦିନର ବ୍ୟବସାୟରେ ଷ୍ଟଲ୍ ଭଡ଼ା ଓ ଇଲେକ୍ଟ୍ରି ଭଡ଼ା ଉଠିବା ନେଇ ଆଶଙ୍କା କରିଛନ୍ତି ବ୍ୟବସାୟୀ ।

କଳିଙ୍ଗ ବାଲିଯାତ୍ରା ରେ ଚଳିତ ବର୍ଷ ସ୍ଥାନୀୟ କଳାକାର ମାନଙ୍କୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଚଳିତ ଲୋକକଳା ଓ ଲୋକନୃତ୍ୟ କୁ ସାମିଲ କରାଯାଇଛି । ଏଥିସହିତ ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ଚଳିତବର୍ଷ ବଲିଉଡ୍ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଛି। ଗୋଟିଏ ପଟେ ଷ୍ଟଲ ଫାଙ୍କା ପଡିଥିବା ବେଳେ ଦର୍ଶକ ଆସୁନଥିବାରୁ ସବୁକିଛି ଫିକା ପଡୁଛି । ତେବେ ଚଳିତବର୍ଷ ୫୦୦ ରୁ ଉର୍ଦ୍ଧ୍ୱ ଷ୍ଟଲ ରେ ବ୍ୟବସାୟ ପାଇଁ ଦିଆଯାଇଛି , ଯେଉଁଗୁଡିକ ଫାଙ୍କା ଅଛି ସେମାନେ ଜିନିଷ ଆଣିଛନ୍ତି କିନ୍ତୁ ଖଞ୍ଜି ନାହାଁନ୍ତି । ଆଜି ଠାରୁ ସମସ୍ତ ଷ୍ଟଲ ଖୋଲା ହୋଇଯିବ ଏବଂ ଲୋକଙ୍କ ଭିଡ଼ ମଧ୍ୟ ହେବ ବୋଲି ବାଲିଯାତ୍ରା କମିଟି ଉପାଧ୍ୟକ୍ଷ ତଥା ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ପ୍ରଶାସନିକ ଅଧିକାରୀ ଙ୍କ ପରିଚାଳନା ଗତ ତୃଟି ଯୋଗୁଁ ଧିରେ ଧିରେ ଚମକ ହରାଉଛି ନୌବାଣିଜ୍ୟ ର ଐତିହ୍ୟ କୁହାଯାଉଥିବା ପାରାଦ୍ଵୀପ କଳିଙ୍ଗ ବାଲିଯାତ୍ରା। ଏହାକୁ ପୂର୍ବବର୍ଷ ଭଳି ବ୍ୟବସାୟୀ ଓ ଦର୍ଶକଙ୍କୁ ଆକୃଷ୍ଟ କରିବା ଭଳି ପରିଚାଳନା କରାଯିବାକୁ ସାଧାରଣରେ ଦାବି ହେଉଛି ।