Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ସାଂସ୍କୃତିକ କମିଟି ପ୍ରସ୍ତୁତି ବୈଠକ ସ୍ଥାନୀୟ ଅନୁଷ୍ଠାନ କୁ ପ୍ରାଧାନ୍ୟ ।

Alok Kumar Mohapatra | 28 Oct 2025 | 7 min read | 2 views

ପାରାଦ୍ୱୀପ ( ପି.ଏନ. ଏସ ) : ଆସନ୍ତା ନଭେମ୍ବର ୪ ତାରିଖରେ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଥିବା ଓଡ଼ିଶାର ଦ୍ଵିତୀୟ ପ୍ରସିଦ୍ଧ ପାରାଦ୍ଵୀପ କଳିଙ୍ଗ ବାଲିଯାତ୍ରା -୨୦୨୫ ପାଇଁ ପ୍ରସ୍ତୁତି ଜୋରସୋର ରେ ଆଗେଇ ଚାଲିଛି l ଉଦଘାଟନୀ ଓ ଉଦଯାପନୀ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଯୋଗଦେଉଥିବା ଗୁରୁତ୍ୱକୁ ଦୃଷ୍ଟିରେ ରଖି ପାରାଦ୍ଵୀପ ବନ୍ଦର ପ୍ରଶାସନ, ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ଦେଖିବାକୁ ମିଳିଛି l ସମୁଦ୍ର ବେଳାଭୂମି ଠାରେ ଆୟୋଜିତ ହେଉଥିବା ଏହି ମହୋତ୍ସବ ର ସମସ୍ତ ସଂଯୋଗୀକରଣ ରାସ୍ତା ପରିଷ୍କାର ଓ ମରାମତି କରାଯିବା ସହ ବ୍ୟାପକ ଆକର୍ଷଣୀୟ ବନିକରଣ ଏବଂ ଫୁଟପାଥ ଗୁଡିକୁ ରଙ୍ଗ ମରା କାର୍ଯ୍ୟ ଚାଲିଛି l ଚଳିତ ବର୍ଷ ବାଲିଯାତ୍ରାରେ ଓଲିଉଡ଼ ଓ ବଲିଉଡ ର ନାମିଦାମୀ କଣ୍ଠ ଶିଳ୍ପୀ ମାନେ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କୁ ସଙ୍ଗୀତ ଓ ନୃତ୍ୟ ପରିବେଷଣ ନିମନ୍ତେ ସୁଯୋଗ ପ୍ରଦାନ କରାଯାଇଛି l ଏହି ପରିପ୍ରେକ୍ଷୀରେ ସୋମବାର ପୂର୍ବାହ୍ନ ରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ କଳିଙ୍ଗ ବାଲିଯାତ୍ରା କମିଟି ର ଉପାଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ବାଲିଯାତ୍ରା କମିଟିର ସାଂସ୍କୃତିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ, ଜିଲ୍ଲା ସାଂସ୍କୃତିକ ଅଧିକାରୀ ଦିଲ୍ଲୀପ କୁମାର ଜେନା, ବାଲିଯାତ୍ରା କମିଟିର ସମ୍ପାଦକ ତଥା ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଙ୍କ ସମେତ ଅନ୍ୟ କମିଟି ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସ୍ଥାନୀୟ ଅନୁଷ୍ଠାନ ଗୁଡିକୁ ଚୟନ କରିଥିଲେ l