Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ନାଉଗାଁ ବ୍ଲକ ବିଡ଼ିଓ ଙ୍କ ବିରୁଦ୍ଧରେ ବ୍ଲକ ସମ୍ମୁଖରେ ଧାରଣାଦେଲେ ପଞ୍ଚାୟତ ପ୍ରତିନିଧି ।

pragyansila bureau | 23 Oct 2025 | 6 min read | 3 views

ନାଉଗାଁ ( ପି.ଏନ. ଏସ ) : ଶୁଣିଲେନି ବିଡ଼ିଓ ଧାରଣା ରେ ବସି ରହିଲେ ଜନ ପ୍ରତିନିଧି l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ । ଏହି ବ୍ଳକ ର ବିଭିନ୍ନ ପଞ୍ଚାୟତ ରେ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇ ପଡ଼ିଥିବା ଓ ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ କୁ ନେଇ ବ୍ଳକ ସମ୍ମୁଖରେ ଧାରଣାରତ ଅଛନ୍ତି ନାଉଗାଁ ବ୍ଳକ ର 16 ଟି ପଞ୍ଚାୟତ ର ଜନ ପ୍ରତିନିଧି ମାନେ l ଅପରପକ୍ଷେ ନାଉଗାଁ ବ୍ଲକର ପଞ୍ଚାୟତ ପ୍ରତିନିଧି ମାନେ ବିଭିନ୍ନ 10 ଦଫା ଦାବିକୁ ନେଇ ଗତ 13 ତାରିଖ ଦିନ ଆଗାମୀ 7 ଦିନ ମଧ୍ୟରେ ଦାବୀ ଗୁଡିକୁ ସମାଧାନ କରିବା ପାଇଁ ବିଡ଼ିଓ କୁ ପ୍ରତିନିଧି ମାନେ ଦାବିପତ୍ର ପ୍ରଦାନ କରିଥିଲେ l କିନ୍ତୁ 7 ଦିନ ବିତି ଯାଇଥିଲେ ମଧ୍ୟ ଦାବୀ ଗୁଡିକ ର କୌଣସି ସୁଫଳ ନମିଳବାରୁ ଆଜି ଜନ ପ୍ରତିନିଧି ମାନେ ନାଉଗାଁ ବ୍ଳକ ସମ୍ମୁଖରେ ପିଆରଆଇ ସଙ୍ଘ ସଭାପତି ଶ୍ରୀ ଦୋଳ ଗୋବିନ୍ଦ ରାଉଳ ଓ ସମ୍ପାଦକ ଦିଲ୍ଲୀପ ନାୟକ ଙ୍କ ନେତୃତ୍ୱ ରେ ଧାରଣାରେ ବସିଛନ୍ତି ।ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ମାନେ 10 ଦଫା ଦାବୀ ମୁଖ୍ୟତଃ,ବିଭିନ୍ନ ପଞ୍ଚାୟତରେ ପଡ଼ିରହିଥିବା GIA ପ୍ରକଳ୍ପ ଗୁଡ଼ିକୁ ତତ୍କାଳ କାର୍ଯ୍ୟାଦେଶ ଜାରି କରିବା, ପଞ୍ଚାୟତ ସମିତି ସଭ୍ୟମାନଙ୍କ ହାତପାଣ୍ଠି କୁ ଖର୍ଚ୍ଚ ହେଉଥିବା ବିଳମ୍ବ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଅନୀୟମିତତା ଭଳି ଦାବୀ ଗୁଡିକୁ ନେଇ ନାଉଗାଁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ପଞ୍ଚାୟତର ଜନ ପ୍ରତିନିଧି ମାନେ l ଅନ୍ୟପଟେ ଧାରଣାରତ ଥିବା ଜନ ପ୍ରତିନିଧି ମାନଙ୍କ ନିକଟରେ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଂଚି ନଥିବା ଜଣାପଡିଛି l