Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବିଧାୟକଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କଲା ସରପଞ୍ଚ ସଂଘ

pragyansila bureau | 17 Jul 2025 | 6 min read | 6 views

ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ର ନାଉଗାଁ ପଞ୍ଚାୟତ ସମିତି ପ୍ରତିନିଧି ମାନଙ୍କ ଦ୍ୱାରା ନାଉଗାଁ ସ୍ଥିତ କାଦମ୍ବିନୀ ମଣ୍ଡପ ପରିସରରେ ବ୍ଳକ ର ବିଭିନ୍ନ ବିକାଶ କାର୍ଯ୍ୟ ରେ ସ୍ଥାନୀୟ ବିଧାୟକ ବାଧକ ସାଜିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ନାଉଗାଁ ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ସଭାପତିତ୍ୱ ରେ ଆୟୋଜିତ ଉକ୍ତ ସମ୍ମିଳନୀ ରେ ନାଉଗାଁ ବ୍ଳକ ସରପଞ୍ଚ ସଂଘ ର ସଭାପତି ଦୋଳଗୋବିନ୍ଦ ରାଉଳ ଙ୍କ ସହିତ ନାଉଗାଁ ବ୍ଳକ ର 16 ଟି ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ରହି ନାଉଗାଁ ବ୍ଳକ ର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିଧାୟକ ଉକ୍ତ କାର୍ଯ୍ୟ ବନ୍ଦ କରିବା କୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି l ଅନ୍ୟପଟେ ନାଉଗାଁ ବ୍ଳକ ରେ ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରେ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯିବା ସହିତ, ଅନେକ କାର୍ଯ୍ୟକ୍ରମ ରେ ପ୍ରତିନିଧି ମାନଙ୍କୁ ମଧ୍ୟ ସୂଚନା ଦିଆ ନଯାଇ ନିଜର ଦଳୀୟ କର୍ମୀ ମାନଙ୍କୁ ବିଧାୟକ ଅଗ୍ରାଧିକାର ଦେଉଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ପ୍ରତିନିଧି ଗଣ l ତେବେ ଯଦି ଆଗାମୀ ଦିନରେ ବ୍ଳକ ର ବିକାଶ କାର୍ଯ୍ୟ ରେ ବିଧାୟକ ବାଧକ ସାଜନ୍ତି, ତେବେ ପଞ୍ଚାୟତ ପ୍ରତିନିଧି ମାନେ ଏହି ଆନ୍ଦୋଳନ କୁ ତୀବ୍ରତର କରିବେ ବୋଲି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି |