ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ
Alok Kumar Mohapatra | 07 Mar 2026 | 5 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ଶ୍ରୀ ସତ୍ୟସାଇ ଜଗତସିଂହପୁର ଜିଲ୍ଲା ସେବା ସଂଗଠନ ସୌଜନ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲା, ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଯଦୁପୁର ଗ୍ରାମରେ ଶନିବାର ସକାଳ ୧୦.୩୦ ମିନିଟ ସମୟରେ ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ଅଧକ୍ଷ ପି.ଏଲ. ହରନାଦ ଙ୍କ କରକମଳରେ "ସାଇ ନିର୍ମଳ ଝର ପ୍ରକଳ୍ପ" ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ବନ୍ଦର ସିଏସ୍ଆର ମାଧ୍ୟମରେ ହୋଇଥିଲା। ଏହି ପ୍ରକଳ୍ପ ପାରାଦ୍ୱୀପ ବନ୍ଦରର ଷଷ୍ଠ ଓ ଓଡ଼ିଶାର ୪୮ ତମ ପ୍ରକଳ୍ପ l ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ଆବାହକ, ବରିଷ୍ଠ ଟ୍ରଷ୍ଟି ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ଜଗତସିଂହପୁର ଜିଲ୍ଲା ସାଇ ସଂଗଠନର ସଭାପତି, ଜିଲ୍ଲା କର୍ମକର୍ତ୍ତା, ପାରାଦ୍ଵୀପ, ଯଦୁପୁର ଗ୍ରାମର ଭାଇଭଉଣୀ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନଙ୍କୁ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ,ମା'ମାଉସୀ ଙ୍କ ହୁଳହୁଳି ଓ ଭାଇମାନଙ୍କ ହରିବୋଲ ଶବ୍ଦରେ ମଞ୍ଚ ଉପରକୁ ପାଛୋଟି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ। ସୂଚନାଥାଉକି, ସମ୍ପ୍ରତି ସାଧାରଣରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କଷ୍ଟସାଧ୍ୟ ହୋଇପଡିଥିବା ବେଳେ ଶ୍ରୀ ସତ୍ୟସାଇ ସେବା ସଂଗଠନ ର ପ୍ରଚେଷ୍ଟାରେ ଓଡିଶା ସମେତ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଗ୍ରାମରେ 'ସାଇ ନିର୍ମଳ ଝର' ପ୍ରକଳ୍ପ ମାଧ୍ୟମରେ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ଜାରି ରହିଛି l
