ପାରାଦ୍ୱୀପ ବିଜେଡି ର ରଣହୁଙ୍କାର, ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
pragyansila bureau | 17 Jul 2025 | 6 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାରା ଥିଲା ନାରୀ ହେଲେ ପାଠୋଇ ଦେଶ ଯିବ ଆଗେଇ। ଆଜି ପର୍ଯ୍ୟନ୍ତ ଏହି ଧାରାରେ ରାଜ୍ୟର ମହିଳା ଙ୍କୁ ଶିକ୍ଷା ଓ ସୁରକ୍ଷା ଯୋଗାଇ ଦେବାପାଇଁ ପ୍ରତ୍ୟେକ ସରକାର ପ୍ରଚେଷ୍ଟା କରିଛନ୍ତି। କିନ୍ତୁ ବର୍ତ୍ତମାନର ରାଜ୍ୟ ସରକାର ନାରୀ ଙ୍କ କଣ୍ଠରୋଧ କରୁଥିବା ବେଳେ ନାରୀଙ୍କୁ ସୁରକ୍ଷା ଦେବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି। ମାତ୍ର ୧୩ ମାସର ସରକାରରେ ୨୮ ହଜାର କେସ ପଡିକି ରହିଛି। ଆଜି ରାଜ୍ୟ ରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି, କୈାଣସି ମା ବାହାରକୁ ଯିବାପାଇଁ ଏବଂ ନିଜ ଝିଅ କୁ ପାଠ ପଢ଼ାଇବା ପାଇଁ ଡରୁଛନ୍ତି। ସୈାମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣା ସମ୍ପୁର୍ଣ୍ଣ ରାଜ୍ୟ ସରକାରଙ୍କ ବିଫଳତା, ସ୍ଥାନୀୟ ସାଂସଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ପୋଲିସ କୁ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇନଥିଲେ। ଏହା ସୁଚିନ୍ତିତ ହତ୍ୟା ବୋଲି ପାରାଦ୍ଵୀପ ବିଜେଡି ପକ୍ଷରୁ ଦାବୀ କରାଯାଇଛି। ଏହି ଘଟଣାର ଜୁଡିସିଆଲ ତଦନ୍ତ କରାଯିବା ସହିତ ନୈତିକତା ଦୃଷ୍ଟିରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ପାରାଦ୍ଵୀପ ବିଜେଡି ଦାବି କରିଛି। ପାରାଦ୍ଵୀପ ବିଜେଡି ପକ୍ଷରୁ ବିଜୁ ମେମୋରିଆଲ ଟ୍ରଷ୍ଟ ନିକଟରୁ ଏକ ବିଶାଳ ରାଲି ପାରାଦ୍ଵୀପ ସହର ପରିକ୍ରମା କରିବା ସହିତ ଥାନା ଛକରେ ପ୍ରତିବାଦ ସଭା କରିଛି। ସେଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଯଦି ଆସାମୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲିି ପାରାଦ୍ୱୀପ ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।
