Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବାର ଘଣ୍ଟିଆ ବନ୍ଦ ଡାକରାରେ ବନ୍ଦର ନଗରୀ ଆଂଶିକ ଅଚଳ

pragyansila bureau | 17 Jul 2025 | 6 min read | 7 views

ପାରାଦ୍ୱୀପ ( ପି.ଏନ. ଏସ ) : ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ । ରାଜରାସ୍ତାରେ କଂଗ୍ରେସ ଦଳ ସହିତ ୮ ଟି ଦଳ ପିକେଟିଂ କରୁଛନ୍ତି। ବନ୍ଦର ନଗରୀ ପାରାଦ୍ଵୀପ ରେ ଏହି ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ କର୍ମୀମାନେ ପାରାଦ୍ଵୀପ ବଡ଼ପଡ଼ିଆ, ଅଠରବାଙ୍କି, ଦୋଛକି , କୁଜଙ୍ଗ ସମେତ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ‌ ଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ବାଲେଶ୍ୱର ର ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ସମଗ୍ର ପାରାଦ୍ଵୀପ ର ସାଧାରଣ ଲୋକେ ମଧ୍ୟ ଏହି ବନ୍ଦ ପାଳନକୁ ଅଦ୍ଭୁତ ପୂର୍ବ ସମର୍ଥନ ଜଣାଇଛନ୍ତି। କିଛି ଜରୁରୀକାଳୀନ ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରହିଛି । ପାରାଦ୍ଵୀପ ବନ୍ଦର ସମେତ ସମସ୍ତ କମ୍ପାନୀ ସମ୍ମୁଖରେ ମଧ୍ୟ ପିକେଟିଂ କରାଯାଉଛି। ବିଭିନ୍ନ କମ୍ପାନୀ ରେ ସକାଳ ୬ ଟା ପୂର୍ବରୁ ଶ୍ରମିକ ଓ କର୍ମଚାରୀ ମାନେ ପ୍ରବେଶ କରି ଭିତରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ବିଫଳତା, ବର୍ତ୍ତମାନ ପରିସ୍ଥିତି ରେ ମହିଳା ମାନେ ସୁରକ୍ଷିତ ନୁହଁନ୍ତି। ନିଜ ଝିଅ ମାନଙ୍କୁ ପାଠ ପଢ଼ାଇବା ପାଇଁ ପଠାଇବାକୁ ଏବେ ଭୟ ଲାଗିଲାଣି । ନ୍ୟାୟ ପାଇଁ ସମସ୍ତଙ୍କୁ ଅପିଲ କରି ନିରାସ ହେବାପରେ ଛାତ୍ରୀ ଜଣକ ବାଧ୍ୟ ହୋଇଥିଲେ ଆତ୍ମହତ୍ୟା କରିବାପାଇଁ। ତେଣୁ ନୈତିକତା ଦୃଷ୍ଟିରୁ ରାଜ୍ୟ ସରକାର ଶାସନ ବ୍ୟବସ୍ଥାରୁ ଓହରି ଯିବା ପାଇଁ କଂଗ୍ରେସ ଦାବି କରିଛି।