ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପାଇଁ ଶୋକସଭା ଓ ପ୍ରତିବାଦ ।
pragyansila bureau | 15 Jul 2025 | 6 min read | 6 views
ନାଉଗାଁ ( ପି.ଏନ. ଏସ ) : ନାଉଗାଁ ବ୍ଲକ ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ମହାବିଦ୍ୟାଳୟ ସମୁଖରେ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ବାଲେଶ୍ୱରର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କୁ ମହାବିଦ୍ୟାଳୟ ଅଧ୍ୟାପକ ଙ୍କ ଦ୍ୱାରା ନିର୍ଯାତିତ ଅଭିଯୋଗ ଅଧ୍ୟକ୍ଷ ଙ୍କୁ ଅଭିଯୋଗ ସତ୍ୱେ ତାଙ୍କୁ ନ୍ୟାୟ ଦେବାରେ ବିଳମ୍ବ ହେବାରୁ ଛାତ୍ରୀ ମହାବିଦ୍ୟାଳୟ କାର୍ଯ୍ୟାଳୟରେ ଆତ୍ମହୁତି ଦେଇ ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଏହି ଖବର ପାଇବା ପରେ ସାରା ରାଜ୍ୟରେ ଉତେଜନା ଦେଖିବାକୁ ମିଳିଛି। ଏହି ଅବସରରେ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଶୋକ ସଭା କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ। ଏହାପରେ ଛାତ୍ର ଛାତ୍ରୀ ମାନେ ରାଜ୍ୟ ସରକାର ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ଇସ୍ତଫା ଦାବି କରିଥିଲେ। ସେମାନଙ୍କ ଅଭିଯୋଗ ମୁତାବକ ରାଜ୍ୟ ସରକାର ଙ୍କ ବିଳମ୍ବ ନ୍ୟାୟ ବ୍ୟବସ୍ତା ଯୋଗୁ ତାଙ୍କ ମୃତ ହୋଇଛି। ଏଣୁ ଛାତ୍ରଛାତ୍ରୀ ମାନେ ତୋରିତ୍ୱ ନ୍ୟାୟ ଦାବି କରିଛନ୍ତି। ଏହି ବିକ୍ଷୋଭ ରେ ଶତାଧିକ ଛାତ୍ରୀଛାତ୍ରୀ ମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏହି ବିକ୍ଷୋଭରେ ସୌଭାଗ୍ୟ ରଞ୍ଜନ ଜେନା, ଚିନ୍ମୟୀ ଲେଙ୍କା, ଚିତ୍ରସେନ ପରିଡା, ଓମ ପ୍ରକାଶ ବେହୁରା, ବିଶ୍ୱଜିତ ପାଲ,ସୂର୍ଯ୍ୟକାନ୍ତ ଦାସ, ସୁବ୍ରତ କୁମାର ନାୟକ, ବାବୁନି ନାୟକ, ସ୍ମୃତି ରଞ୍ଜନ ବିଶ୍ବାଳ, ଶୁଭମ ଶେଖର ଜେନା, ସତ୍ୟଜିତ ଲେଙ୍କା, ଲଷ୍ମୀପ୍ରିୟା ମହାନ୍ତି, ରୂପଶ୍ରୀ ବାରିକ, ଇପ୍ସିତା ବରାଳ, ସ୍ମୃତିରଞ୍ଜିତା ସାହୁ ଆଦି ବହୁତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
