Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ୱୀପ ପରିବା ମାର୍କେଟରେ ଲାଗିଲା ନିଆଁ

pragyansila bureau | 14 Jul 2025 | 4 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ର ପରିବା ମାର୍କେଟ ରେ ଲାଗିଲା ନିଆଁ। ନିଆଁ ଲାଗି ୬ ରୁ ଉର୍ଦ୍ଧ ଦୋକାନ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ପାରାଦ୍ଵୀପ ସି.ଆଇ.ଏସ.ଏଫ୍ ଅଗ୍ନିଶମ ବିଭାଗ ଓ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଗତକାଲି ବିଳମ୍ବିତ ରାତ୍ରି ପାଖାପାଖି ୩ ଟା ସୁଦ୍ଧା ଏହି ଘଟଣା ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ପନି ପରିବା ସହିତ ଅନ୍ୟାନ୍ୟ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ପାରାଦ୍ଵୀପ ବନ୍ଦର ତରଫରୁ ପରିବା ଦୋକାନ ପାଇଁ ଅସ୍ଥାୟୀ ପିଣ୍ଡି ଯୋଗାଇ ଦିଆ ଯାଇଥିବା ବେଳେ ପ୍ରତ୍ୟେକ ବ୍ୟବସାୟୀ ପଲିଥିନ ଓ ପାଲ ବାନ୍ଧି ପରିବା ବ୍ୟବସାୟ କରିଥାନ୍ତି। ତେବେ ଗତକାଲି କୋୖଣସି କାରଣରୁ ପଲିଥିନ ପାଲ ରେ ନିଆଁ ଲାଗି ୬ରୁ ଉର୍ଦ୍ଧ୍ବ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅସ୍ଥାୟୀ ପରିବା ଦୋକାନ ପିଣ୍ଡି ରେ କୋୖଣସି ବିଦ୍ୟୁତ ସଂଯୋଗ ନଥିବା ବେଳେ କେଉଁ କାରଣରୁ ନିଆଁ ଲାଗଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।