Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

pragyansila bureau | 13 Jul 2025 | 9 min read | 6 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ୱୀପ ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକ ଉପଲକ୍ଷେ ବହୁମୁଖୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ଜୁଲାଇ ୧୩ ତାରିଖ ରବିବାର ଦିନ ପୂର୍ବାହ୍ନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୧ ଟି ବିଦ୍ୟାଳୟର ୫୧୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ଓଝା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପାରାଦ୍ୱୀପ ବନ୍ଦର ପ୍ରାକ୍ତନ ଟ୍ରଷ୍ଟି ତଥା ଓଡ଼ିଶା ମେରିଟାଇମି ଏକାଡେମୀ ଅଧ୍ୟକ୍ଷ କ୍ୟାପଟେନ ପ୍ରେମାନନ୍ଦ ରାଉତ , ସ୍ବତନ୍ତ୍ର ଅତିଥି ଭାବରେ ଗୋଆ କାର୍ବନ ମୁଖ୍ୟ ପ୍ରବନ୍ଧକ ବେଣୁ ଗୋପାଳ ନାଇଡୁ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଧରଣୀଧର ପରିଡ଼ା କଲ୍ୟାଣ ଟ୍ରଷ୍ଟ ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଗଗନ ବିହାରୀ ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ତର୍କ ପ୍ରତିଯୋଗିତାର ବିଚାରପତି ଭାବେ ପାରାଦ୍ୱୀପ କଲେଜ ଇଂରାଜୀ ବିଭାଗ ମୁଖ୍ୟ ଗଣେଶ୍ୱର ପାତ୍ର ଓ ରାହାମା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ଶତପଥୀ ଦାୟିତ୍ୱ ନିର୍ବାହ କରିଥିଲେ। ଟ୍ରଷ୍ଟ ର ସମ୍ପାଦକ ପ୍ରଶାନ୍ତ କୁମାର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ଗତ ଦୁଇବର୍ଷ ହେଲା ୪ ଟି ଜିଲ୍ଲା ର ସାମ୍ବାଦିକ ମାନଙ୍କ ସ୍ବାର୍ଥ ପାଇଁ ଲଢେ଼ଇ କରୁଥିବା ବେଳେ କର୍ମକ୍ଷେତ୍ରରେ ଦୂର୍ଘଟଣା ଗ୍ରସ୍ତ ସାମ୍ବାଦିକ ମାନଙ୍କୁ ଆର୍ଥିକ ସହାୟତା ସହିତ ମୃତ ସାମ୍ବାଦିକ ମାନଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସ୍ବଚ୍ଛତା ଦିଗରେ କାର୍ଯ୍ୟ କରୁଛି। ଏଥିସହିତ ପାରାଦ୍ଵୀପ ରେ ଶିକ୍ଷା, ସ୍ବାସ୍ଥ୍ୟ ଓ ପରିବେଶ ଉପରେ କାର୍ଯ୍ୟ କରି ପ୍ରଶଂସା ଭାଜନ ହୋଇପାରିଛି। ଏହି କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ଉପାଧ୍ୟକ୍ଷ ହରିଶ୍ଚନ୍ଦ୍ର ଲେଙ୍କା, କୋଷାଧ୍ୟକ୍ଷ ସିଦ୍ଧେଶ୍ଵର ସ୍ବାଇଁ , ସଂଗଠନ ସମ୍ପାଦକ ଜଗବନ୍ଧୁ ସ୍ବାଇଁ, ବରିଷ୍ଠ ସଦସ୍ୟ ସୂଦର୍ଶନ ବିଶ୍ବାଳ,ପ୍ରଶାନ୍ତ ରାଉତ, ପ୍ରଭାତ ମହାପାତ୍ର, ସୁମନ୍ତ ସ୍ବାଇଁ, ପ୍ରଭାସ କୁମାର ଦାସ, ଜଗନ୍ନାଥ ଶତପଥୀ,ଦିପକ ବାରିକ ପ୍ରମୁଖ ପରିଚାଳନା କରିଥିଲାବେଳେ ବରିଷ୍ଠ ସଦସ୍ୟ ସଞ୍ଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।