ଯୁବକଙ୍କ ମୃତ୍ୟୁ କୁ ନେଇ ଆଇଓସିଏଲ ଫାଟକ ସମ୍ମୁଖରେ ଧାରଣା
pragyansila bureau | 11 Jul 2025 | 6 min read | 5 views
ପାରାଦ୍ୱୀପ ( ପି.ଏନ. ଏସ ) : ଆଇଓସିଏଲ କାରଖାନା ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ମୃତ ଯୁବକ ହେଲେ କେନ୍ଦ୍ରାପଡା ପାଟ୍ଟଳିପଙ୍ଗ ଗ୍ରାମ ର ଉଲ୍ଲାସ ଦାସ। ଏହି ଘଟଣାକୁ ପରିବାର ଲୋକେ ଇଲେକ୍ଟ୍ରି ସକ୍ ଲାଗିବା ପରେ ରଶିରେ ଝୁଲେଇ ଦେଇଥିବା ଅଭିଯୋଗ କରିଛନ୍ତି । କ୍ଷତିପୂରଣ ଦାବିରେ ଆଇଓସିଏଲ ଫାଟକ ସମ୍ମୁଖରେ ପରିବାର , ଗ୍ରାମବାସୀ ଓ ସହକର୍ମୀ ମାନଙ୍କ ପକ୍ଷରୁ ଧାରଣା ଦିଆଯାଇଛି। ଫଳରେ ଆଇଓସିଏଲ ର ୪ ଟି ଜାକ ଗେଟ୍ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି। କମ୍ପାନୀ ଭିତରକୁ ଯିବା ଆସିବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି। ଘଟଣା ସ୍ଥଳରେ ଅଭୟଚାନ୍ଦପୁର ଥାନା ପୋଲିସ ପକ୍ଷରୁ ଶବ ଉଦ୍ଧାର କରାଯିବା ସହିତ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଆଇଓସିଏଲ କମ୍ପାନୀ ର ଠିକା ସଂସ୍ଥା ଅପରେସନାଲ ଏନର୍ଜି ଗୃପ ଇଣ୍ଡିଆ ଲିମିଟେଡ୍ ରେ ଇଲେକ୍ଟ୍ରି ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିବା ବେଳେ, ଗତକାଲି ସେ ଘରୁ ଡିୟୁଟି କରିବା ପାଇଁ କମ୍ପାନୀ କୁ ଆସିଥିଲେ। ମାତ୍ର ରାତିରେ କାମ କରୁଥିବା ସାଇଡ଼ ରେ ତାଙ୍କର ମୃତଦେହ ଝୁଲୁଥିବା କିଛି ସହକର୍ମୀ ଘରକୁ ଜଣାଇଥିଲେ। ସକାଳୁ ପରିବାର ଲୋକେ ଗେଟ୍ ପାଖରେ ଧାରଣା ଦେଇଛନ୍ତି। ଦିର୍ଘ ୧୫ ବର୍ଷ ହେଲା ସେ ଏଠାରେ କାମ କରୁଥିବା ବେଳେ, ଯେଉଁଠାରୁ ତାଙ୍କର ମୃତଦେହ ଠାବ କରାଯାଇଛି ସେଠାକୁ ଏକୁଟିଆ କେହି ଯାଆନ୍ତି ନାହିଁ। ତେଣୁ ତାଙ୍କର କରେଣ୍ଟ ଲାଗି ମୃତ୍ୟୁ ହୋଇଛି କିମ୍ବା ତାଙ୍କୁ ମାରିକି କେହି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ୫୦ ଲକ୍ଷ ଟଙ୍କା ର କ୍ଷତିପୂରଣ ଓ ଆଇଓସିଏଲ ରେ ତାଙ୍କ ପତ୍ନୀଙ୍କୁ ଚାକିରି ଦାବିରେ ଧାରଣା ଦେଇଛନ୍ତି ପରିବାର ଲୋକେ ।
