ଟ୍ରେନରେ କଟିଗଲା ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଦୁଇଟି ଗୋଡ଼
Bureau report | 04 Jun 2025 | 3 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ଟ୍ରେନ ରେ କଟିଗଲା ବିଦ୍ୟୁତ୍ ବିଭାଗ କର୍ମଚାରୀ ଙ୍କ ଦୁଇଟି ଗୋଡ । ବିଳମ୍ବିତ ରାତିରେ ଭୁତୁମୁଣ୍ଡାଇ ବରେଇ ନିକଟରେ ଘଟିଛି ଘଟଣା । ଗୁରୁତର ଯୁବକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ବଡପାଳ ଗ୍ରାମର ସନ୍ତୋଷ ଜେନା । ତାଙ୍କୁ ପ୍ରଥମେ କୁଜଙ୍ଗ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ସନ୍ତୋଷ କେଉଁ କାରଣ ପାଇଁ ଟ୍ରେନ୍ ଲାଇନ୍ କୁ ଯାଇଥିଲେ ଏବଂ ଟ୍ରେନ୍ ଆଗରେ ପଡିଲେ ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ଟ୍ରେନ୍ ରେ ତାଙ୍କର ଦୁଇଟି ଗୋଡ ସମ୍ପୁର୍ଣ୍ଣ କଟିଯାଇଛି । ସନ୍ତୋଷ ଟାଟା ବିଦ୍ୟୁତ୍ ବିଭାଗ ର ଲାଇନ୍ ମ୍ୟାନ ଭାବେ ସେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।
