ମହାନଦୀରେ ବୁଲୁଛି ବିଶାଳକାୟ କୁମ୍ଭୀର
pragyansila bureau | 11 Jul 2025 | 4 min read | 5 views
ତିର୍ତ୍ତୋଲ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିକଟ ମହାନଦୀ ବନ୍ୟା ଜଳରେ ଏକ କୁମ୍ଭୀର ଦେଖିବାକୁ ମିଳିଛି। ଯାହାକୁ ନେଇ ତିର୍ତ୍ତୋଲ ଅଞ୍ଚଳ ବାସୀ ଭୟଭୀତ ହୋଇଯାଇଛନ୍ତି। ଗତ କିଛିଦିନ ତଳେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡା ଯାଇଥିବା ବେଳେ ମହାନଦୀରେ ଜଳ ସ୍ଥର ବୃଦ୍ଧି ପାଇଛି।ପ୍ରତିବର୍ଷ ବନ୍ୟା ଆସିବା ମାତ୍ରେ ତିର୍ତ୍ତୋଲ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଭିତରେ ଛନକା ପଶିଥାଏ। ତେବେ ବନ୍ୟାଜଳ ନଦୀପଠାକୁ ନଆସିଥିଲେ ମଧ୍ୟ୍ୟ ସ୍ଥାନୀୟ ଅଞ୍ଚଳ ବାସି ଓ ତଳିଆ ଅଞ୍ଚଳ ବାସି କୁମ୍ଭୀରକୁ ନେଇ ଭୟବିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ତିର୍ତ୍ତୋଲ ବ୍ଲକ ତାର୍ତୋଲ ମହାନଦୀ ପୋଲ ନିକଟ ବନ୍ୟା ଜଳରେ ଏକ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି। ଏଣେ ଦୁଇ ଦିନ ପରେ ଶ୍ରାବଣ ମାସର ପ୍ରଥମ ସୋମବାର ଥିବାରୁ ତାର୍ତୋଲ ସ୍ଥିତ ମହାନଦୀ ପଠାରେ ହଜାର ହଜାର କାଉଡ଼ିଆ ମାନଙ୍କ ଭିଡ଼ ଜମିବ। ତାଙ୍କ ସୁରକ୍ଷା ଆଖି ଆଗରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷପ ନନେଲେ କୌଣସି ବଡ଼ ଅଘଟଣ ଘଟିଯାଇପାରେ।
