ବିଶ୍ୱ ଜନସଂଖ୍ୟା ଦିବସ 2025 ପ୍ରସ୍ତୁତି
pragyansila bureau | 11 Jul 2025 | 8 min read | 5 views
ଜଗତସିଂହପୁର ( ପି.ଏନ. ଏସ ) : ଜିଲ୍ଲାସ୍ଥରରେ ବିଶ୍ୱ ଜନସଂଖ୍ୟା ଦିବସ 2025 ପ୍ରସ୍ତୁତି ନିମନ୍ତେ ଏକ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର କୁମାର ପାଣିଗ୍ରାହୀ ପରିବାର ନିୟୋଜନ ପାଇଁ ମାନପସନ୍ଦର ପଦ୍ଧତି ବାସ୍କେଟକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ଓପିଡି ସମୁଖରେ ଉନ୍ମୋଚିତ କରିଥିଲେ।ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପ୍ରତିବର୍ଷ ବିଶ୍ୱ ଜନସଂଖ୍ୟା ଦିବସ ର ଦୁଇଟି ପକ୍ଷ ଯଥା ବିଶ୍ୱ ଜନସଂଖ୍ୟା ସଚେତନତା ପକ୍ଷ ଜୁନ 26 ଠାରୁ ଆରମ୍ଭ ହୋଇ ଜୁଲାଇ 10 ତାରିଖ ପର୍ଯ୍ୟନ୍ତ ଚାଲିଥାଏ। ଏଥିରେ ଜନସଂଖ୍ୟା ସ୍ଥିରତା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହୋଇଥାଏ। ହିତାଧିକାରୀ ମାନଙ୍କର ସୁବିଧା ମୁତାବକ ସ୍ଥାୟୀ କିମ୍ବା ଅସ୍ଥାୟୀ ପଦ୍ଧତି ଗ୍ରହଣ କରିବାପାଇଁ ବୁଝାଯାଇଥାଏ। ଏହାପରେ 11 ଜୁଲାଇ ଠାରୁ 24 ଜୁଲାଇ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ କରାଯଏ। ଏଥିରେ ଉଭୟ ପୁରୁଷ ଓ ମହିଳା ଙ୍କ ଜନସଂଖ୍ୟା ସ୍ଥିରତାର ସ୍ଥାୟୀ ପଦ୍ଧତି ପାଇଁ ଅପେରସନ ପ୍ରୋଗ୍ରାମ କରାଯାଇଥାଏ। ସ୍ଥାୟୀ ପଦ୍ଧତିପାଇଁ ଲାପରସ୍କୋପିକ ଓ ମିନିଲାପ ( ମହିଳାମାନଙ୍କ ପାଇଁ) ଏବଂ ପୁରୁଷ ବନ୍ଧ୍ୟାକରଣ (ଏନଏସଭି) ବିନା ଛୁରୀ ରେ ଅପେରସନ କରାଯାଇଥାଏ। ଅସ୍ଥାୟୀ ପଦ୍ଧତି ରେ କଣ୍ଡୋମ, ମାଲା -ଏନ, ଛାୟା, ଇଞ୍ଜେକ୍ସନ ଅନ୍ତରା ଏବଂ କପ୍ପର-ଟି ନେବାର ବ୍ୟବସ୍ଥା କରାଯାଇଥଏ। ଚଳିତ ବର୍ଷର ସ୍ଲୋଗାନ ରହିଛି : " ମା ହେବାର ବୟସ ଠିକ ଯେତେବେଳେ ଶରୀର ଓ ମନର ପ୍ରସ୍ତୁତି ସଠିକ "। ଏହି ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ, ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗର ଡାକ୍ତର ରବିନ୍ଦ୍ରନାଥ ପାଲ,ଜିଲ୍ଲା ଆକାଉଣ୍ଟସ ମ୍ୟାନେଜର ନୀଳମାଧଵ ରଥ, ଡେପୁଟି ମ୍ୟାନେଜର ସନ୍ଧ୍ୟାରାଣୀ ପଣ୍ଡା, ଭାରପ୍ରାପ୍ତ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସୁବ୍ରତ କୁମାର ମହାପାତ୍ର, ହସ୍ପିଟାଲ ମ୍ୟାନେଜର ସସ୍ମିତା ସାହୁ, ଆରଏମଏନସିଏଚ କାଉନସେଲର ସୁସ୍ମିତା ରାଉତ ଏବଂ ଅନାନ୍ୟା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
