Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ସୈନିକଙ୍କ ମରଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

pragyansila bureau | 11 Jul 2025 | 5 min read | 5 views

ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ରୋହିଆ ପଞ୍ଚାୟତର ଅରଖକୁଦ ଗ୍ରାମରେ ଭାରତୀୟ ସେନାବାହିନୀ ର ଜଣେ କାର୍ଯ୍ୟରତ ସୈନିକଙ୍କ ଶେଷକୃତ୍ୟ ସମ୍ପନ୍ନ ସମୟରେ ବିଭାଗ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଉକ୍ତ ଗ୍ରାମର ପ୍ରକାଶ ନାୟକଙ୍କ ପୁଅ ପ୍ରଭାସ ନାୟକ ୨୦୧୮ ମସିହାରେ ଭାରତୀୟ ସେନାବାହିନୀ ଆର୍ମି ବାଟାଲିୟନରେ ନିଯୁକ୍ତି ପାଇଥିଲେ। ତେବେ ପ୍ରଭାସ ବର୍ତ୍ତମାନ ଆସାମରେ ସେନାବାହିନୀରେ କାର୍ଯ୍ୟରତ ଥିବା ବେଳେ ଗତ କିଛି ଦିନ ତଳେ ଛୁଟିରେ ଘରକୁ ଆସିଥିଲେ ଏବଂ ଗୁରୁବାର ସେ ସେନାରେ ଯୋଗ ଦେଇଥାନ୍ତେ। କିନ୍ତୁ ଗତ ବୁଧବାର ରାତି ପ୍ରାୟ ସାଢେ ଦଶଟା ସମୟରେ ପ୍ରଭାସ ତାଙ୍କ ଶଳାଙ୍କ ସହିତ ଏକ ବାଇକ୍ ଯୋଗେ କଟକରୁ ଘରକୁ ଫେରୁଥିବା ବେଳେ କଟକ - ନୂଆଗାଁ ୫୫ନମ୍ବର ଜାତୀୟ ରାଜପଥର ବିରିଡ଼ି ଥାନା ଅନ୍ତର୍ଗତ ବସନ୍ତପୁର ତେଲଟାଙ୍କି ନିକଟରେ ଏକ ପିକପ୍ ଭ୍ୟାନ ସହିତ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଉଭୟ ଶଳା ଓ ଭିଣୋଇଙ୍କର ମୃତ୍ୟୁ ଘଟିଥିଲା। ତେବେ ପ୍ରଭାସଙ୍କ ମୃତ୍ୟୁ ଖବର ପାଇବା ପରେ ଅରଖକୁଦ ଗ୍ରାମର ଯୁବକ ମାନେ ତାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନାଉଗାଁ ବଜାରରୁ ଗ୍ରାମକୁ ନିଆଯାଇଥିଲା ଏହା ସହିତ ବିଭାଗ ପକ୍ଷରୁ ତାଙ୍କ ମରଶରୀରକୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବା ପରେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।