Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ୱୀପରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଆଂଶିକ ସଫଳ

pragyansila bureau | 10 Jul 2025 | 5 min read | 7 views

ପାରାଦ୍ୱୀପ ( ପି.ଏନ. ଏସ ) : ସାରା ରାଜ୍ୟରେ ଡ୍ରାଇଭର ମହାସଂଘ ର ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ର‌ ସମ୍ଭାବନା ଦେଖାଦେଇଛି। ପାରାଦ୍ଵୀପ ର ଏଚପିସିଏଲ , ବିପିସିଏଲ , ଇଣ୍ଡିଆନ ଅଏଲ ତୈଳ ଟର୍ମିନାଲ ରେ ପାଖାପାଖି ୧ ହଜାର ରୁ ଉର୍ଦ୍ଧ୍ୱ ତେଲ ଟ୍ୟାଙ୍କର ଏବେ ରାସ୍ତା କଡ଼ରେ ଛିଡା ହୋଇଛି। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପେଟ୍ରୋଲ ପମ୍ପ କୁ ତୈଳ ପରିବହନ ହୋଇପାରୁନାହିଁ । ଆଜି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କିଛି ଟ୍ୟାଙ୍କର କୁ ଏସକଟ୍ ରେ ନିଆଯାଉଥିବା ବେଳେ, ଆମେ ଡ୍ରାଇଭର ସଂଘ ର ଆନ୍ଦୋଳନ କୁ ସମର୍ଥନ କରୁଛୁ କିନ୍ତୁ ସାଧାରଣ ଲୋକ ଓ ମେଡିକାଲ ଇମରଜେନ୍ସି ପାଇଁ ଆମେ କିଛି ଗାଡ଼ି ରେ ତୈଳ ପରିବହନ କରୁଛୁ ବୋଲି କିଛି ଡ୍ରାଇଭର ପ୍ରକାଶ କରିଛନ୍ତି। ସେହିପରି ଟର୍ମିନାଲ ଛକରେ ଶାନ୍ତିପୂର୍ଣ୍ଣ ଧାରଣାରେ ମଧ୍ୟ କିଛି ଡ୍ରାଇଭର ବସିଛନ୍ତି। ଆମ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ, ଆନ୍ଦୋଳନ କୁ ଭଣ୍ଡୁର ପାଇଁ ପ୍ରୟାସ କରାଯାଉଛି ଯାହା ସଫଳ ହେବନାହିଁ। ଆଗକୁ ପଞ୍ଚାୟତ ନିର୍ବାଚନ ଓ ୨୦୨୯ ସାଧାରଣ ନିର୍ବାଚନ ରେ ଆମ ସଙ୍ଘ ର ୫ ଲକ୍ଷ ଡ୍ରାଇଭର ଏହାର ଜବାବ ଦେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।