Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଦାଦା ର ଆକ୍ରମଣରେ ପୁତୁରାର ମୃତ୍ୟୁ

pragyansila bureau | 10 Jul 2025 | 3 min read | 6 views

ଜଗତସିଂହପୁର ( ପି.ଏନ. ଏସ ) : ପାରିବାରିକ କଳହ କୁ କେନ୍ଦ୍ର କରି ପୁତୁରାକୁ ଅତି ନିର୍ମମ ଭାବେ କୋଦାଳରେ ହତ୍ୟାକଲା ଦାଦା। ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦର ଥାନା ଅଧିନ ଯାହାନପୁର ଅଞ୍ଚଳରେ ଘଟିଛି ଏପରି ଅଘଟଣ। ପାରିବାରିକ କଳହ କୁ କେନ୍ଦ୍ର କରି ସକାଳୁ ସୁମନ ଦାସ (୨୧) ଦାନ୍ତ ଘଷୁ ଥିବା ସମୟରେ ଦାଦା ସଞ୍ଜୟ ଦାସ ଏକ କୋଦାଳ ସାହାଯ୍ୟରେ ପଛପଟୁ ବେକକୁ ଆକ୍ରମଣ କରିଥିଲା। ଯାହା ଫଳରେ ପୁତୁରା ସୁମନ ଦାସ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୁଖ୍ୟ ଆସାମୀ ସଞ୍ଜୟ ଦାସ ଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଦେହକୁ ଜଗତସିଂହପୁର ଜିଲ୍ଲା ସଦର ମହକୁମାର ମେଡିକାଲ କୁ ବ୍ୟବଚ୍ଛେଦ ପାଇଁ ପଠାଜାଇ ଥିବା ନେଇ ସୂଚନା ମିଳିଛି l