Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ସାଇବାବା ଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟ୍, ସିସିଟିଭିରେ କଏଦ ହେଲା ଦୃଶ୍ୟ

pragyansila bureau | 10 Jul 2025 | 3 min read | 8 views

ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳ ର ରୋହିଆ ପଞ୍ଚାୟତ ର କୋରାଣିଆ ନିକଟରେ ଥିବା ସାଇବାବା ଙ୍କ ମନ୍ଦିର ରୁ ମୁଖ୍ୟ ଦ୍ୱାର ଓ ମନ୍ଦିର ମଧ୍ୟରେ ଥିବା ଗଡ଼ରେଜ ର ତାଲା ଭାଙ୍ଗି ଦେଢ଼ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ, ସିସିଟିଭି ରେ କଏଦ ହେଲା ଚୋରି ସମୟରେ ଦୃଶ୍ୟ, ଯାହାକୁ ଆଧାର କରି ସନ୍ଧାନୀ କୁକୁର ସାହାଯ୍ୟ ରେ ପୋଲିସ ର ତଦନ୍ତ ଆରମ୍ବ କରିଛି l ଏପରି ଘଟଣା ଗତକାଲି ବିଳମ୍ବିତ ରାତ୍ର ସମୟରେ ଘଟି ଯାଇଛି, ଯାହା ଆଜି ସକାଳୁ ମନ୍ଦିର ପୂଜକ ଓ ମନ୍ଦିର ଦାୟତ୍ୱ ରେ ଥିବା ଅରଖକୁଦ ଗ୍ରାମର ବିକାଶ ସ୍ୱାଇଁ ଜାଣିବା ପରେ, ବିକାଶ ଏକ ଲିଖିତ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନ ରେ କରିଥିବା ବେଳେ, ଏହି ଅଭିଯୋଗ ଆଧାର ରେ ନାଉଗାଁ ପୋଲିସ ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ଆରମ୍ବ କରିଛି l