Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପ୍ରଚଣ୍ଡ ରୌଦ୍ର ତାପରେ ସାଇକେଲ ଚଲେଇବା ପାଇଁ ସଚେତନ କଲେ ସ୍କୁଲ ଛାତ୍ରଛାତ୍ରୀ

Bureau report | 03 Jun 2025 | 5 min read | 12 views

ପାରାଦ୍ୱୀପ ( ପି.ଏନ. ଏସ ) : ପ୍ରଚଣ୍ଡ ରୌଦ୍ର ତାପରେ ସ୍କୁଲ ର ଛାତ୍ରମାନେ ବାଣ୍ଟୁଛନ୍ତି ପରିବେଶ ସୁରକ୍ଷା ସଚେତନତା ବାର୍ତା। ପରିବେଶର ସୁରକ୍ଷା ପାଇଁ ସମସ୍ତେ ଯାନବାହାନ ଠାରୁ ଦୂରେଇ ରହି ସାଇକେଲ କୁ ଆପଣେଇବା ପାଇଁ ସଚେତନ କରୁଛନ୍ତି ସ୍କୁଲର ଛାତ୍ରମାନେ । ପ୍ରତ୍ୟେକ ଦିନ ସାଇକେଲ ଚାଳନା କରିବା ଦ୍ବାରା ନିଜ ଶରୀର ସୁସ୍ଥ ରହିବା ସହିତ ପରିବେଶ ମଧ୍ୟ ପ୍ରଦୂର୍ଷଣ ମୁକ୍ତ ହୋଇଥାଏ। ବିଶ୍ଵ ସାଇକେଲ ଦିବସ ଉପଲକ୍ଷେ ଏକ ପରିବେଶ ସୁରକ୍ଷ୍ୟା ସଚେତନତା ସାଇକେଲ ରାଲି ପାରାଦୀପ ଲାଇଟ ହାଉସ ନିକଟରୁ ବାହାରି ସହର ପରିକ୍ରମା କରି ଲାଇଟ ହାଉସ ନିକଟରେ ଶେଷ ହୋଇଥିଲା। ରାଲି ର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରତେକ ଦିନ ଶହ ଶହ ସଂଖ୍ୟାରେ ଯାନବାହାନ ଯାତାୟତ କରୁଥିବାରୁ ବାୟୁ ପ୍ରଦୂର୍ଷଣ ବୃଦ୍ଧି ପାଇବାରେ ଲାଗିଛି ଫଳରେ ଅନେକ ରୋଗର ଶୀକାର ହେଉଛନ୍ତି ସାଧାରଣ ଲୋକେ। ତେଣୁ ଯାନବାହାନ ଠାରୁ ଦୂରରେ ରହି ସାଇକେଲ ଚାଳନା କରି କାର୍ଯ୍ୟାଳୟ ଯିବା ସହିତ ବଜାର ହେଉ କିମ୍ବା ନିକଟସ୍ଥ ସ୍ଥାନକୁ ସାଇକେଲ ମାଧ୍ୟମରେ ଯିବା ଆସିବା କଲେ ନିଶ୍ଚିନ୍ତ ରୂପେ ନିଜ ଶରୀର ସୁସ୍ଥ ରହିବା ସହିତ ପ୍ରଦୂର୍ଷଣ ମାତ୍ରା ହ୍ରାସ ହେବ ବୋଲି କହିଛନ୍ତି ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟୁଥିବା ବାପି ଗୋଛାୟତ |