Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଟ୍ରେଡ଼ ୟୁନିଅନ ପକ୍ଷରୁ ଅଲ୍ ଇଣ୍ଡିଆ ବନ୍ଦ ଡାକରା ଓ ଡ୍ରାଇଭର ମହାସଂଘର ଆନ୍ଦୋଳନ ବଳବତ୍ତର

pragyansila bureau | 09 Jul 2025 | 5 min read | 7 views

ପାରାଦ୍ୱୀପ ( ପି.ଏନ. ଏସ ) : ୭ ଦଫା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଷ୍ଟେରିଙ୍ଗ ଛାଡ କରୁଥିବା ବେଳେ, ଆଜି ସକାଳୁ ଶ୍ରମିକ ଟ୍ରେଡ ୟୁନିୟନ ପକ୍ଷରୁ ଅଲ୍ ଇଣ୍ଡିଆ ବନ୍ଦ ଡାକରା ଦିଆଯାଇଛି। ଯାହାର ସିଧାସଳଖ ପ୍ରଭାବ ବନ୍ଦର ନଗରୀ ପାରାଦ୍ଵୀପ ରେ ପଡ଼ିଛି। କେବଳ ପାରାଦ୍ଵୀପ ବନ୍ଦର କତ୍ତୃପକ୍ଷ ଙ୍କ ସହିତ ଆଲୋଚନା ପରେ ବନ୍ଦର ରେ ପଣ୍ୟ ପରିବହନ ସ୍ବାଭାବିକ ରହିଥିବା ବେଳେ ଅନ୍ୟ କାରଖାନା ଓ ତୈଳ ଟର୍ମିନାଲ ରେ ତେଲ ଓ ପଣ୍ୟ ପରିବହନ ଏକପ୍ରକାର ବନ୍ଦ୍ ହୋଇଯାଇଛି। ସକାଳୁ ବିଭିନ୍ନ ଶ୍ରମିକ ଟ୍ରେଡ ୟୁନିୟନ ପକ୍ଷରୁ କମ୍ପାନୀ ଗୁଡ଼ିକ ସମ୍ମୁଖରେ ପିକେଟିଂ କରାଯାଉଛି। ଫଳରେ କୈାଣସି କମ୍ପାନୀ ଭିତରକୁ ଶ୍ରମିକ କିମ୍ବା କର୍ମଚାରୀ ଯିବା ଆସିବା କରିପାରୁ ନାହାଁନ୍ତି। ୧୩ ଟି ଟ୍ରେଡ ୟୁନିୟନ ଓ ସ୍ବାଧିନ ଫେଡେରେସନ ପକ୍ଷରୁ ୧୭ ଦଫା ଦାବିକୁ ନେଇ ବନ୍ଦ ଡାକରାକୁ ଓହ୍ଲାଇଛନ୍ତି। କେଦ୍ର ସରକାର ପୁରୁଣା ଶ୍ରମ ଆଇନକୁ ଉଚ୍ଛେଦ କରି କମ୍ପାନୀ ଗୁଡ଼ିକୁ ସୁହାଇବା ଭଳି ନୂତନ ଆଇନ ପ୍ରଣୟନ କରୁଥିବା ଟ୍ରେଡ ୟୁନିୟନ ଗୁଡିକ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ନୂତନ ଶ୍ରମ ଆଇନକୁ ଉଚ୍ଛେଦ କରିବା ପାଇଁ ଶ୍ରମିକ ୟୁନିଅନ ପକ୍ଷରୁ ଦାବୀ କରାଯାଇଛି।