ଭାରସମ୍ୟ ହରାଇ ରାସ୍ତାପାର୍ଶ୍ଵ କୁ ଓଲଟିଲା ଡଷ୍ଟ ବୋଝେଇ ହାଇୱା
pragyansila bureau | 08 Jul 2025 | 4 min read | 8 views
ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ପାଳପୋଖରୀ ନିକଟରେ ଭାରସମ୍ୟ ହରାଇ ରାସ୍ତା ପାର୍ଶ୍ଵ କୁ ଓଲଟିଲା ଡଷ୍ଟ ବୋଝେଇ ହାଇୱା ଅଳ୍ପକେ ବର୍ତ୍ତିଲେ ଚାଳକ l ସୂଚନା ମୁତାବକ ଆଜି ଏକ ଡଷ୍ଟ ବୋଝେଇ ହାଇୱା ଗାଡି ନାଉଗାଁ ବ୍ଳକ ଛକ ରୁ ବାଲିକୁଦା ସଂଯୋଗ କରୁଥିବା ରାସ୍ତା ଦେଇ ଯାଉଥିବା ସମୟରେ ଗାଡିଟି ପାଳପୋଖରୀ ନିକଟରେ ଭାରସମ୍ୟ ହରାଇବା ଫଳରେ ଗାଡି ଟି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ଵ କୁ ଖସିପଡିଥିଲା | ହାଇୱା ଚାଳକ ଜଣକ ଅଳ୍ପକେ ବର୍ତ୍ତୀ ଯାଇଥିବା ର ଦେଖିବାକୁ ମିଳିଛି l ଅନ୍ୟପଟେ ଦୀର୍ଘ ଦିନ ପୂର୍ତ୍ତବିଭାଗ ପକ୍ଷରୁ ରାସ୍ତା ର ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ହେବା ଫଳରେ ଏବେ ଏପରି ଛୋଟ ବଡ଼ ଦୁର୍ଘଟଣା ମାନ ପ୍ରତ୍ୟେକ ଦିନ ଦେଖବାକୁ ମିଳୁଛି, ତେବେ ଏହି ରାସ୍ତା ଏବେ ମରଣ ଯନ୍ତା ପାଲଟିଥିବା ବେଳେ ଏହି ରାସ୍ତା କୁ ଏବେ ତୁରନ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ ସ୍ଥାନୀୟ ବାସୀ ଦାବୀ କରିଛନ୍ତି |
