ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ଓଡିଶା ଡ୍ରାଇଭର ମହାସଂଘ
pragyansila bureau | 08 Jul 2025 | 4 min read | 7 views
ପାରାଦ୍ୱୀପ ( ପି.ଏନ. ଏସ ) : ୭ ଦଫା ଦାବିକୁ ନେଇ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଯାହାର ସିଧାସଳଖ ପ୍ରଭାବ ବନ୍ଦର ନଗରୀ ପାରାଦ୍ଵୀପ ରେ ପଡ଼ିଛି। ପାରାଦ୍ଵୀପ ବନ୍ଦର ସମେତ ବିଭିନ୍ନ କାରଖାନା ଓ ତୈଳ ଟର୍ମିନାଲ ରେ ତେଲ ଓ ପଣ୍ୟ ପରିବହନ ଏକପ୍ରକାର ବନ୍ଦ୍ ହୋଇଯାଇଛି। ବସ୍ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଯାତ୍ରୀ ଅସୁବିଧା ପାଇଁ କେବଳ ସରକାର ଦାୟୀ ବୋଲି ପ୍ରକାଶ କରିଛନ୍ତି ଆନ୍ଦୋଳନ କରୁଥିବା ଡ୍ରାଇଭର। ପ୍ରତି ୧୦୦ କିଲୋମିଟର ରେ ଗାଡ଼ି ପାର୍କିଂ ଓ ଡ୍ରାଇଭର ମାନଙ୍କ ବିଶ୍ରାମ ର ବ୍ୟବସ୍ଥା, ୬୦ ବର୍ଷ ପରେ ଡ୍ରାଇଭର ମାନଙ୍କୁ ସ୍ବତନ୍ତ୍ର ଭତ୍ତା, ଅଟୋ ଡ୍ରାଇଭର ମାନଙ୍କୁ ଡ୍ରାଇଭର ର ମାନ୍ୟତା ପ୍ରଭୃତି ୭ ଦଫା ଦାବିକୁ ନେଇ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ଯେପର୍ଯ୍ୟନ୍ତ ସେମାନଙ୍କ ଦାବି କୁ ସରକାର ସ୍ବୀକୃତି ଦେଇନାହାଁନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।
