Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ୱୀପରେ ଚାରି ଜଣ ବାଙ୍ଗଲାଦେଶୀଙ୍କୁ ଧରିଲା ଲକ୍ ଥାନା ପୋଲିସ

pragyansila bureau | 08 Jul 2025 | 6 min read | 6 views

ପାରାଦ୍ୱୀପ ( ପି.ଏନ. ଏସ ) : ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ବାଙ୍ଗଲାଦେଶୀ ଙ୍କ ଅନୁପ୍ରବେଶ ଏବେ ବି ଜାରି ରହିଛି। ଗତ ଆଠ ଦିନ ହେଲା ପାରାଦ୍ଵୀପ ର ଜର୍ଦାରୀ ପଡା ରେ ଆସି ରହୁଥିବା ଏକ ବାଙ୍ଗଲାଦେଶୀ ପରିବାରକୁ ପୋଲିସ ଉଠାଇନେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ପରିବାର ବାଙ୍ଗଲାଦେଶରୁ ସପରିବାର ନଦୀ ରେ ପହଁରି ପହଁରି ପ୍ରଥମେ କଲିକତାରେ ପହଞ୍ଚି ଥିଲେ। ସେଠାରେ ଥିବା ତାଙ୍କର କିଛି ସମ୍ପର୍କୀୟଙ୍କ ସହଯୋଗ ରେ ପାଖାପାଖି ଏକ ମାସ ରହିବାପରେ ପାରାଦ୍ଵୀପ ର ଜର୍ଦାରୀ ପଡା ରେ ରହୁଥିବା ତାଙ୍କ ସମ୍ପର୍କୀୟ ଙ୍କ ସହଯୋଗରେ ବସ୍ ଯୋଗେ ୮ ଦିନ ତଳେ ପାରାଦ୍ଵୀପ ରେ ପହଞ୍ଚି ଏକ ଭଡାଘର ନେଇ ରହୁଥିଲେ। ଏହିଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଏଠାରେ ରହୁଥିବା କିଛି ବାଂଲାଦେଶୀ ପରିବାର ସେମାନଙ୍କୁ ଆଣି ଏଠାରେ ରହିବାର ବ୍ୟବସ୍ଥା କରାଇ ଦେଉଛନ୍ତି। କିଛିଦିନ ସେମାନେ ବିଭିନ୍ନ ବସ୍ତି ରେ ଭଡ଼ାରେ ରହିବା ପରେ ବିଭିନ୍ନ ସରକାରୀ ସ୍ଥାନ ରେ ଘର କରି ସ୍ଥାୟୀ ବାସିନ୍ଦା ହୋଇଯିବା ସହିତ ସରକାରୀ ସୁବିଧା ହାସଲ କରୁଛନ୍ତି । ତେବେ କୈାଣସି ସୂତ୍ରରୁ ଲକ୍ ଥାନା ପୋଲିସ ଖବର ପାଇ ଆଇଆଇସି ରଶ୍ମିରଞ୍ଜନ ଦାସ ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଜର୍ଦାରୀ ପଡା ରେ ପହଞ୍ଚି ସେମାନଙ୍କୁ ଉଠାଇ ଆଣିଛି। ଏଥିସହିତ ତାଙ୍କୁ ପାରାଦ୍ଵୀପ ଆଣିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ନେଇ ପଚରାଉଚରା କରିବା ସହିତ ସମସ୍ତଙ୍କ ପରିଚୟପତ୍ର ଯାଞ୍ଚ୍ କରୁଥିବା ଜଣାପଡ଼ିଛି। ତେବେ ଉକ୍ତ ପରିବାର ବାଂଲାଦେଶରୁ ଆସିଥିବା ଘଟଣାକୁ ସ୍ବିକାର କରିଛନ୍ତି ତାଙ୍କୁ ଆଶ୍ରୟ ଦେଇଥିବା ତାଙ୍କ ସମ୍ପର୍କୀୟ ।