ଦୂର୍ଘଟଣା ରେ ଆହତ ସାମ୍ବାଦିକ ଙ୍କୁ ସହଯୋଗର ହାତ ବଢ଼ାଇଲା ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ।
pragyansila bureau | 06 Jul 2025 | 7 min read | 10 views
ପାରାଦ୍ୱୀପ ( ପି.ଏନ. ଏସ ) : ସାମ୍ବାଦିକ ମାନଙ୍କ ସ୍ବାର୍ଥ ଓ ଆର୍ଥିକ ଉନ୍ନତି ପାଇଁ ପାରାଦ୍ଵୀପ ରେ ଗଠନ ହୋଇଥିବା ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ତାର ନିରନ୍ତର ସେବା ଜାରି ରଖିଛି। କାର୍ଯ୍ୟରତ ସାମ୍ବାଦିକ ଙ୍କ ଦୂର୍ଘଟଣା କିମ୍ବା ସ୍ବାସ୍ଥ୍ୟ ଗତ ଅସୁବିଧା ସମୟରେ ତାଙ୍କ ନିକଟରେ ପହଞ୍ଚି ଆର୍ଥିକ ସହଯୋଗ କରିବା ସହିତ, ମୃତ ସାମ୍ବାଦିକ ଙ୍କ ପରିବାରକୁ ଆର୍ଥିକ ଓ ସହାୟତା ସହିତ ପରିବାରକୁ ରୋଜଗାର କ୍ଷମ କରିବା ପାଇଁ ଗତ ଦୁଇବର୍ଷ ହେଲା ଟ୍ରଷ୍ଟ କାର୍ଯ୍ୟ କରୁଛି। ଏଥି ସହିତ ପାରାଦ୍ଵୀପ ତଥା ଆଖପାଖ ଅଞ୍ଚଳରେ ପରିବେଶ, ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଥିବା ଟ୍ରଷ୍ଟ ପକ୍ଷରୁ ଦୂର୍ଘଟଣା ରେ ଆହାତ ହୋଇ ଗୋଡ଼ ଅସ୍ତ୍ରୋପଚାର ହୋଇଥିବା କନକ ନ୍ୟୁଜ ପାରାଦ୍ୱୀପ ପ୍ରତିନିଧି ରଶ୍ମିରଞ୍ଜନ ରାଉତରାୟ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଗତ ଏପ୍ରିଲ ମାସ ୬ ତାରିଖ ରାମନବମୀ ଦିନ ଏକ ଦୂର୍ଘଟଣା ରେ ତାଙ୍କ ବଡ଼ ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଉକ୍ତ ସମୟରେ ଟ୍ରଷ୍ଟ ର ସଦସ୍ୟ ମାନେ କେନ୍ଦ୍ରାପଡା ମେଡିକାଲ ରେ ପହଞ୍ଚି ତାଙ୍କୁ ସମବେଦନା ଜଣାଇବା ସହିତ ତାଙ୍କର ମନୋବଳକୁ ଦୃଢ଼ କରିବା ପାଇଁ ପ୍ରୟାସ କରିଥିଲେ। ଏହି ଘଟଣାରେ ଗତ କିଛିଦିନ ତଳେ ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏବେ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କର ଏହି ଅସୁବିଧା ସମୟରେ ଟ୍ରଷ୍ଟ ର ସମ୍ପାଦକ ପ୍ରଶାନ୍ତ କୁମାର ରାଉତ ଙ୍କ ନିର୍ଦ୍ଦେଶ ରେ ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ର ଆଇନ ପରାମର୍ଶଦାତା କୈଳାସ ଚନ୍ଦ୍ର ସାହୁ , କୋଷାଧ୍ୟକ୍ଷ ସିଦ୍ଧେଶ୍ଵର ସ୍ବାଇଁ, ବରିଷ୍ଠ ସଦସ୍ୟ ସଞ୍ଜୟ ମିଶ୍ର ଓ ସଂଗଠନ ସମ୍ପାଦକ ଜଗବନ୍ଧୁ ସ୍ବାଇଁ ପ୍ରମୁଖ ରଶ୍ମିରଞ୍ଜନ ଙ୍କ ପାରାଦ୍ଵୀପ ସ୍ଥିତ ଘରେ ପହଞ୍ଚି ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହିତ ଟ୍ରଷ୍ଟ ପକ୍ଷରୁ ତାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।
