ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବନବିଭାଗର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ
pragyansila bureau | 06 Jul 2025 | 6 min read | 7 views
ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ପିତେଇ ପୁରସ୍ଥିତ କନକଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ
ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବନ ବିଭାଗର ମିଳିତ ଆନ୍ୟୁକୁଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ ହେବା ସହ ଚାରା ରୋପଣ କରାଯାଇଛି । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀନିବାସ ପ୍ରତିହାରୀଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନୀଳିମା ପଣ୍ଡା, ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଓଜଦ୍ଵିତୀ ମହାନ୍ତି, ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନୌସିନ ସାବା,ବନପାଳ ପୀତବାସ ମହାପାତ୍ର, ସହକାରୀ ଆଇନ ସହୟତା ପ୍ରତିରକ୍ଷା ଓକିଲ ସୁବ୍ରତ କୁମାର ସେନାପତି, ଶିକ୍ଷକ ପ୍ରଦୀପ କୁମାର ସ୍ଵାଇଁ, ରାଜେନ୍ ମହାନ୍ତି,ଶିକ୍ଷକଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଅଧ୍ଯକ୍ଷ ଶ୍ରୀ ପ୍ରତିହାରୀ ବନ ମହୋତ୍ସବ ସପ୍ତାହର ମହତ୍ଵ ବିଷୟରେ ବୁଝାଇବ ସହ କହିଥିଲେ ଯେ ବୃକ୍ଷ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡିଥାଏ ଯାହାଦ୍ୱାରା ବାୟୁମଣ୍ଡଳ ଥଣ୍ଡା ରହିଥାଏ ।
ବୃକ୍ଷ ମଧ୍ଯରେ ଅଙ୍ଗାରକ ଗ୍ରହଣ କରିବା କ୍ଷମତା ଅଧିକ ଥାଏ। ବୃକ୍ଷ ବଡ ହେବା ସହ ଅଙ୍ଗାରକ ଗ୍ରହଣ କ୍ଷମତା ମଧ୍ଯ ବଢ଼ିଥାଏ। ବୃକ୍ଷ ବାୟୁମଣ୍ଡଳର ସନ୍ତୁଳନ ରଖିଥାଏ। ବାୟୁମଣ୍ଡଳ ସ୍ଵଚ୍ଛ ରହିଲେ ମଣିଷ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବ I ବୃଷ ରୋପଣ କରିବା ସହ ବୃକ୍ଷକୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ଜଜ ଶ୍ରୀ ପ୍ରତିହାରୀ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।