ଦିନ ଦ୍ବିପ୍ରହରରେ ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇଗଲେ ଦୃବୁର୍ତ୍ତ
pragyansila bureau | 03 Jul 2025 | 6 min read | 5 views
ରାହାମା ( ପି.ଏନ. ଏସ ) : ଦିନ ଦ୍ୱିପ୍ରହରେ ବନ୍ଧୁକ ଦେଖେଇ ଲୁଟ କଲେ ଦୃବୁର୍ତ୍ତ ସିସିଟିଭି ରେ କଏଦ ହେଲା ଲୁଟ ବେଳର ଦୃଶ୍ୟ। ଆତଙ୍କ ଖେଳେଇ ଲୁଟ କରି ତିର୍ତ୍ତୋଲ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ସପ୍ତାହକ ଭିତରେ ଲୁଟ ହେଲାଣି ଚାରିରୁ ଅଧିକ ଥର ତିର୍ତ୍ତୋଲ ପୋଲିସ ଛାନଭିନ ପରେ ବି ପାଉ ନାହିଁ ଟେର୍। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ଥାନା ଅଂଚଳରେ । ଗତ ଦୁଇଦିନ ତଳେ କଟକ ପାରାଦ୍ୱୀପ ମୁଖ୍ୟରାସ୍ତା ର ସବୁଠାରୁ ଜନଗହଳି ପୂର୍ଣ୍ଣ ବଜ଼ାର ରାହାମା ରୁ ଦିନ ଦ୍ୱିପ୍ରହର ରେ ଜଣେ ଶିକ୍ଷୟତ୍ରୀ ଙ୍କ ଠାରୁ ଦୁଇଜଣ ଦୃବୁର୍ତ ସୁନା ଚେନ ଛିଣ୍ଡାଇ ଚମ୍ପଟ ମାରିଛନ୍ତି। ପଙ୍କପାଳ ଗ୍ରାମର ରଶ୍ମିରେଖା ନନ୍ଦ ନାମକ ଜଣେ ଶିକ୍ଷୟତ୍ରୀ ରାହାମା ବଜ଼ାରରେ ଥିବା ଏକ ଇଲେକ୍ଟ୍ରି ଦୋକାନରୁ କାମ ସାରି ରାସ୍ତା ପାର ହେଉଥିବା ସମୟରେ ଲୁଟ କରିବା ପାଇଁ ଛକି ରହିଥିବା ଦୁଇଜଣ ଦୃବୃର୍ତ୍ତ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ସ୍କୁଟି ସାହାଯ୍ୟରେ ଫେରାର ହେଉଥିବା ସମୟରେ ଜଣେ ବ୍ୟକ୍ତି ଦୃବୁର୍ତ୍ତ ଙ୍କ ପିଛା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗାଡି ପଛରେ ବସିଥିବା ଦୃବୁର୍ତ୍ତ ବନ୍ଧୁକ ଦେଖାଇ ଚମ୍ପଟ ମାରିଥିଲେ। ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ତେବେ ଏହି ଲୁଟ ଘଟଣା ପ୍ରଥମ ନୁହେଁ ଗୋଟିଏ ସପ୍ତାହ ଭିତରେ ଚାରିରୁ ଉର୍ଦ୍ଧଥର ଲୁଟ କରି ଆତଙ୍କ ଖେଳାଇ ଚାଲିଛନ୍ତି ଦୃବୂର୍ତ୍ତ ତେବେ ତିର୍ତ୍ତୋଲ ପୋଲିସ ସିସି ଟିଭି ର ଫୁଟେଜ କୁ ନେଇ ତଦନ୍ତ ଜାରି ରଖିଛି।
