ବଜ୍ରପାତରୁ ରକ୍ଷା ପାଇବା ଏବଂ ସାପ କାମୁଡା ସମ୍ବନ୍ଧିତ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
pragyansila bureau | 03 Jul 2025 | 4 min read | 10 views
ଜଗତସିଂହପୁର ( ପି.ଏନ. ଏସ ) : ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସଦଭାବନା ସଭା ଗୃହରେ ଏକ ଜ଼ିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ, ବ୍ରଜପାତରୁ ରକ୍ଷା ପାଇବା ନିମେନ୍ତେ ଓ ସାପ କାମୁଡା ମୃତକୁ ପ୍ରସମିତ କରିବା ପାଇଁ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଆଶା,ଅଙ୍ଗନବାଡି,ସ.ଏଚ .ଜି, ଏ.ନ୍.ମ ସଭ୍ୟମାନଙ୍କର ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟକ୍ରମକୁ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ମିସ ଅନିଶା ଦାସ ସଭାପତିତ୍ୱ କରିବା ସହ ବିଭିନ୍ନ ଵିପର୍ଯ୍ୟୟ ପରିଚାଳନ ପାଇଁ ମଗାଦର୍ଶନ ଦେଇଥିଲେ । କେନ୍ଦ୍ରସରକାରଙ୍କ ୧୨ଟି ଵିପର୍ଯ୍ୟୟ ଘଟଣା ଏବଂ ରାଜ୍ୟସରକାରଙ୍କ ୮ଟି ଵିପର୍ଯ୍ୟୟ ଘଟଣା ଉପରେ ଆଲୋକପାତ କରାଯାଇଥିଲା ବିଭିନ୍ନ ପ୍ରକାର ଵିପର୍ଯ୍ୟୟରୁ ରକ୍ଷା ପାଇବା ନିମନ୍ତେ ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ ସୁଧାଂଶୁ ଶେଖର ପୃଷ୍ଟି ସୂଚନା ପ୍ରଦାନ କରିଥିଲେ ଏବଂ ଡ଼କ୍ଟର ବାସନ୍ତୀ ପାଲ ଓ ସ୍ମୃତିରଞ୍ଜନ ପଣ୍ଡା ସାପ କାମୁଡାରୁ ରକ୍ଷା ପାଇବା ପାଇଁ ସବିଶେଷ ତଥ୍ୟ ପି ପି ଟି ମାଧ୍ୟମରେ ଅବଗତ କରାଇଥିଲେ ।
