ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରେ ପରୀକ୍ଷା ହେବ କ୍ଷେପଣାସ୍ତ୍ର, ଦୁଇ ଦିନ ସମୁଦ୍ରକୁ ଯିବା ମନା
pragyansila bureau | 03 Jul 2025 | 3 min read | 5 views
ପାରାଦ୍ୱୀପ ( ପି.ଏନ. ଏସ ) : ଆସନ୍ତା ୧୭ ଓ ୧୮ ତାରିଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ର ପରିକ୍ଷଣ କରାଯିବ। ତେଣୁ ଏହି ଅଞ୍ଚଳର ଆଖପାଖ ରେ କୈାଣସି ମତ୍ସ୍ୟଜୀବୀ ମାଛ ମାରିବାକୁ ନଯିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ମତ୍ସ୍ୟ ବିଭାଗ ପକ୍ଷରୁ ନେହେରୁବଙ୍ଗଳା ମାଛଧରା ଜେଟ୍ଟି , ଅଠରବାଙ୍କି ବାଲିପ୍ଲଟ, ନୂଆବଜାର, ଷଣ୍ଢକୁଦ ବସ୍ତି ଓ ଚଉମୁହାଣୀ ପ୍ରଭୃତି ବସ୍ତି ଅଞ୍ଚଳ ଓ ମାଛଧରା ସ୍ଥାନ ଗୁଡିକ ରେ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ଚାନ୍ଦିପୁର ନିକଟ ସମୁଦ୍ର ଭିତରେ ମତ୍ସ୍ୟଜୀବୀ ନ ରହିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କୁ ଆଗୁଆ ସତର୍କ କରାଇ ଦିଆଯାଇଛି।
