Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ସରକାର ବଦଳିବା ପରେ ହୋଇପାରୁନି ଟ୍ରକ ମାଲିକ ସଂଘ ର ବୈଠକ

pragyansila bureau | 03 Jul 2025 | 6 min read | 9 views

ପାରାଦ୍ୱୀପ ( ପି.ଏନ. ଏସ ) : ରାଜ୍ୟରେ ସରକାର ବଦଳିଲା , ଏବେ ଟ୍ରକ୍ ସଙ୍ଘ ର କର୍ମକର୍ତ୍ତା ମଧ୍ୟ ବଦଳିବେ। ଏଭଳି ଅଜବ ନିୟମକୁ ନେଇ ଏବେ ଟ୍ରକ୍ ମାଲିକ ସଙ୍ଘ ର ପାଖାପାଖି ୭୦୦ ଟ୍ରକ୍ ମାଲିକ ଙ୍କ ଜୀବନ ଜୀବିକା ଆଶା ଓ ଆଶଙ୍କାରେ ଗତି କରୁଛି। ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ଙ୍କ ଇଙ୍ଗିତ ରେ ପୋଲିସ ପ୍ରଶାସନ ସଙ୍ଘ ର ବାର୍ଷିକ ସାଧାରଣ ବୈଠକ କୁ ବାତିଲ କରାଯାଇଥିବା ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଗତ ୨୯ ତାରିଖ ଦିନ ସଙ୍ଘ ର ବୈଠକ ପାଇଁ ପୋଲିସ କୁ ୨୬ ତାରିଖରେ ଚିଠି କରାଯାଇଥିଲା, ଏବଂ ପୋଲିସ ସ୍ଵିକୃତି ମଧ୍ୟ ଦେଇଥିଲା। ଏଥିପାଇଁ ସଂଘ ପକ୍ଷରୁ ବୈଠକ ର ସମସ୍ତ ପ୍ରସ୍ତୁତି ସହିତ ମାଲିକ ମାନଙ୍କ ଖାଇବା ପାଇଁ ରୋଷେଇ ମଧ୍ୟ ସରିଥିଲା। ହେଲେ ୧୦ ଟା ରେ ବୈଠକ ବସିବା ପୂର୍ବରୁ ୯:୨୫ ରେ ପୋଲିସ ଏକ ନୋଟିସ କରିବା ସହିତ ବୈଠକ ବନ୍ଦ କରିବା ପାଇଁ କହିଥିଲା। ଏପରିକି ରୋଷେଇ ହୋଇଥିବା ଖାଦ୍ୟ ମଧ୍ୟ ମାଲିକମାନେ ଖାଇ ପାରିନଥିଲେ। ସ୍ଥାନୀୟ ବିଧାୟକ ଙ୍କ କିଛି ସହଯୋଗୀ ଯେଉଁମାନେ ସଙ୍ଘ ର ସଦସ୍ୟ ନୁହନ୍ତି, ସେମାନେ ହୋହାଲ୍ଲା କରୁଥିବା ବେଳେ ପୋଲିସ ସେମାନଙ୍କୁ ଘ‌ଉଡାଇବା ବଦଳରେ ବୈଠକ ବନ୍ଦ କରାଇବା ମାଲିକ ମାନଙ୍କ ଜୀବନ ଜୀବିକା କୁ କୁଠାରାଘାତ କରିଛି। ସଙ୍ଘ କୈାଣସି ରାଜନୈତିକ ଦଳ ନୁହେଁ, ଏହା ହେଉଛି ଭାଇଚାରାର ପ୍ରତିକ। ତେଣୁ ଯଦି ଶିଳ୍ପ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ ବନ୍ଦ ନକରନ୍ତି , ତେବେ ଆମେ ୭୦୦ ପରିବାର ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସଙ୍ଘ ପକ୍ଷରୁ ସାମ୍ୱାଦିକ ସମ୍ମୀଳନୀରେ ଚେତାବନୀ ଦିଆଯାଇଛି।