Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଭୁବନେଶ୍ୱର ବିଏମସି ରେ ଡେପ୍ୟୁଟି କମିଶନରଙ୍କ ମାଡ ଘଟଣାରେ ଛୁଟିରେ ଗଲେ ଓଏଏସ

pragyansila bureau | 03 Jul 2025 | 5 min read | 5 views

ଜଗତସିଂହପୁର ( ପି.ଏନ. ଏସ ) : ଭୁବନେଶ୍ଵର ବିଏମସି ରେ ଜଣେ କାର୍ଯ୍ୟରତ ଡେପୁଟି କମିଶନର ରତ୍ନାକର ସାହୁ ଙ୍କୁ ମାଡ ଘଟଣା କୁ କେନ୍ଦ୍ର କରି ଜଗତସିଂହପୁର ଜ଼ିଲ୍ଲାରେ ସମସ୍ତ ଓଏଏସ ଅଫିସର ମାନେ ସମୂହ ଛୁଟି ରେ ରହିଛନ୍ତି ଓ କଲମ ଛାଡ଼ ଆନ୍ଦୋଳନ ମଧ୍ୟ କରିଛନ୍ତି ,ଏଥିନେଇ ଆଜି ଜଗତସିଂହପୁର ଜ଼ିଲ୍ଲାପାଳ ଜେ ସୋନାଲଙ୍କ ଅଫିସ ରେ ଏକତ୍ରିତ ହୋଇ ଏକ ବୈଠକରେ ଏହି ନିଷ୍ପତି ହୋଇଛି ଓ ଜ଼ିଲ୍ଲା ଓଏଏସ ସଂଘ ,ରାଜ୍ୟ ର ସମସ୍ତ ଜ଼ିଲ୍ଲା ରେ ସମସ୍ତ ଓଏଏସ ଏହି ପଦକ୍ଷପ ନେଇଛନ୍ତି ସେହିପରି ଜଗତସିଂହପୁର ଜ଼ିଲ୍ଲା ରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ସମସ୍ତ ଓଏଏସ ଏକ ବୈଠକ କରି ଜ଼ିଲ୍ଲାପାଳ ଙ୍କୁ ଏକ ଲିଖିତ ଦରଖIସ୍ତ ଦେଇଛନ୍ତି ,ଏଥିରେ ଜ଼ିଲ୍ଲାର ସମସ୍ତ ବିଡ଼ିଓ , ତହସିଲଦାର , ଡେପୁଟି କଲେକ୍ଟର , ଅତିରିକ୍ତ ଜ଼ିଲ୍ଲାପାଳ , ଉପ ଜ଼ିଲ୍ଲାପାଳ ,ପିଇଡୀ ଡୀଆରଡୀଏ ପ୍ରଭୁତି ଅଫିସର ମାନେ ସମୂହ କଲମ ଛାଡ଼ ସହିତ ଅନିଦ୍ଧିଷ୍ଟ କାଳ ପାଇଁ ସମୂହ ଛୁଟି ରେ ରହିଛନ୍ତି ,ଏଥି ନେଇ ଜ଼ିଲ୍ଲା ରେ ସମସ୍ତ ଅଫିସିଆଲ୍ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି , ବର୍ତମାନ ସାଧାରଣ ଜନତା କିପରି ସରକାରୀ ସୁବିଧା ସୁଯୋଗ ପାଇବେ ତାହା ବିରାଟ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଅନ୍ୟପକ୍ଷରେ ଜଣେ ଓଏଏସ ଙ୍କୁ ମାଡ଼ ଘଟଣା ପ୍ରତିବାଦରେ ଯଦି ସମସ୍ତ ଓଏଏସ ଛୁଟିରେ ଗଲେ ତେବେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବ କିଏ ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି |